ରିପୋର୍ଟ କାର୍ଡ / ଭୁବନେଶ୍ୱର
ଦୈନନ୍ଦିନ ଜୀବନରେ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ବୃଦ୍ଧି ହେଉଛି | ପିଆଜ ଦର ଦିନକୁ ଦିନ ବଢ଼ିବାରେ ଲାଗିଛି। ଏକ ସପ୍ତାହ ପୂର୍ବରୁ ପିଆଜ କିଲୋଗ୍ରାମ ପିଛା ୩୫ରୁ ୪୦ ଟଙ୍କା ମଧ୍ୟରେ ରହିଥିବା ବେଳେ ଆଜି ପ୍ରାୟ ୧୫ ଟଙ୍କା ବୃଦ୍ଧି ପାଇଁ କିଲୋପିଛା ଦର ୫୫ ଟଙ୍କା ହୋଇଛି। କଟକର ଛତ୍ରବଜାରରେ ଆଜି ପିଆଜ ୫୦ରୁ ୫୫ ଟଙ୍କାରେ ବିକ୍ରି ହେଉଥିବା ଜଣାପଡିଛି। ସୂଚନା ଅନୁଯାୟୀ, ଆନ୍ଧ୍ର ପ୍ରଦେଶ ଓ ବେଙ୍ଗାଲୁରରୁ ପିଆଜ ଆମଦାନୀ ହୋଇପାରୁ ନ ଥିବା ବେଳେ ଏବେ ରାଜ୍ୟରେ ପିଆଜ ଆବଶ୍ୟକତା ପୂରଣ କରିବା ପାଇଁ ନାସିକରୁ ପିଆଜ ଆମଦାନୀ କରାଯାଉଛି। ତେବେ ବ୍ୟବସାୟୀ ସଙ୍ଘ ପକ୍ଷରୁ କୁହାଯାଇଛି ଯେ ନାସିକରେ ପିଆଜ ଅଧିକ ଦାମ ଅଧିକ ରହୁଥିବାରୁ ରାଜ୍ୟରେ ପିଆଜ ଦାମ ବୃଦ୍ଧି ପାଉଛି। ସୂଚନା ଅନୁଯାୟୀ, ଦର ହ୍ରାସ ପାଇଁ ଆହୁରି ଏକ ମାସ ସମୟ ଲାଗିବ।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..