ରିପୋର୍ଟ କାର୍ଡ / ଭୁବନେଶ୍ୱର
ଉତ୍କଳ ବିଶ୍ୱବିଦ୍ୟାଳୟର ପିଜି କାଉନସିଲ ଦ୍ୱିତୀୟ ଏବଂ ଅନ୍ତିମ ସେମିଷ୍ଟାର ପରୀକ୍ଷା ଅନଲାଇନରେ କରିବାକୁ ନିଷ୍ପତ୍ତି ନେଇଛନ୍ତି କର୍ତ୍ତୃପକ୍ଷ। ଏହି ପରୀକ୍ଷା ଜୁଲାଇ ମାସରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ପିଜି କାଉନସିଲର ଚେୟାରମ୍ୟାନ ବସନ୍ତ କୁମାର ମଲ୍ଲିକଙ୍କ ସୂଚନା ଅନୁଯାୟୀ, ଶାରୀରିକ ଭାବେ ପରୀକ୍ଷା କରିବାର ସମ୍ଭାବନା ନଥିବାରୁ ଅନଲାଇନରେ ପରୀକ୍ଷା କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ପ୍ରକାଶିତ ରିପୋର୍ଟ ଅନୁଯାୟୀ ଶ୍ରୀ ମଲ୍ଲିକ କହିଛନ୍ତି ଯେ “ମିଡ୍-ସେମିଷ୍ଟାର ପରୀକ୍ଷା ଜୁଲାଇ ୧୫ରୁ ୨୦ ତାରିଖ ମଧ୍ୟରେ ହେବ ଏବଂ ଅନ୍ତିମ ସେମିଷ୍ଟାର ଜୁନ୍ ୨୦ରୁ ଆରମ୍ଭ ହୋଇ ମାସ ଶେଷ ସୁଦ୍ଧା ଶେଷ ହେବ। ସେ କହିଛନ୍ତି ଯେ ପରୀକ୍ଷା ସୂଚୀ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। “ସଂପୃକ୍ତ ବିଭାଗର ମୁଖ୍ୟମାନେ ପରୀକ୍ଷା ପାଇଁ ତାରିଖ ସ୍ଥିର କରିବେ। ଯାହା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ” ବୋଲି ସୂଚନା ଦେଇଛନ୍ତି ।






More Stories
ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ନବୀନ…..
ଏସ୍ସିବି ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି…..
୪ଟା ଯାଏଁ ଗୃହ ମୁଲତବୀ…..