Report Card Odisha

| Daily Odia News

ହେଲିକପ୍ଟର କ୍ରାଶରୁ ବଞ୍ଚିଯାଇଥିବା ଗ୍ରୁପ୍‌ କ୍ୟାପ୍ଟେନ୍‌ ବରୁଣ ସିଂଙ୍କ ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ତାମିଲନାଡୁର କୁନ୍ନୁରରେ ବୁଧବାର ସେନାର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ସିଡିଏସ ବିପିନ ରାଓ୍ଵତ ଏବଂ ତାଙ୍କ ପତ୍ନୀଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ଘଟିଛି। ତେବେ ଦୁର୍ଘଟଣାରେ ଏକ ମାତ୍ର ଜୀବିତ ଥିବା ଗ୍ରୁପ୍‌ କ୍ୟାପ୍ଟେନ୍‌ ବରୁଣ ସିଂଙ୍କ ଅବସ୍ଥା ଗମ୍ଭୀର ରହିଛି। କ୍ୟାପଟେନ୍ ବରୁଣ ସିଂହ ଶୌର୍ଯ୍ୟ ଚକ୍ରରେ ସମ୍ମାନିତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ହସ୍ପିଟାଲାରେ ତାଙ୍କର ଚିକିତ୍ସା ଜାରି ରହିଛି। ତାଙ୍କ ଶରୀର ୪୫ ପ୍ରତିଶତ ପୋଡ଼ିଯାଇଥିବା ରିପୋର୍ଟ ଆସିଛି। ସେ ଏବେ ଚିକିତ୍ସାଧୀନ ଥିବା ବେଳେ ବିଷେଶଜ୍ଞ ଡାକ୍ତରୀ ଟିମ୍ ପକ୍ଷରୁ ତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖାଯାଇଛି। ସେ ଗୁରୁତରଥିଲେ ମଧ୍ୟ ଅବସ୍ଥା ସ୍ଥିର ଥିବା କୁହାଯାଉଛି। ଗ୍ରୁପ କ୍ୟାପଟେନ ବରୁଣ ସିଂହଙ୍କୁ ଅଧିକ ଚିକିତ୍ସା ନିମନ୍ତେ ବେଙ୍ଗାଲୁରୁକୁ ସ୍ଥାନାନ୍ତରିତ କରାଯାଇଛି । ଏକ ୬ ଜଣିଆ ସ୍ୱତନ୍ତ୍ର ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରୁଛନ୍ତି । ତେବେ ଗ୍ରୁପ କ୍ୟାପଟେନ ବରୁଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି ଏବଂ ଆଗାମୀ ୪୮ ଘଣ୍ଟା ତାଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି ।  ଏନେଇ ସଂସଦରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବିବୃତି ରଖିଛନ୍ତି। ସେ କହିଛନ୍ତି ଯେ, ବରୁଣଙ୍କୁ ଏବେ ଲାଇଫ୍‌ ସପୋର୍ଟ ସିଷ୍ଟମରେ ରଖାଯାଇଛି। ତାଙ୍କୁ ବଞ୍ଚାଇବା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଉଛି ବୋଲି ରାଜନାଥ କହିଛନ୍ତି। ବରୁଣ ଏବେ ୱେଲିଂଟନ୍ ସେନା ହସ୍‌ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ବାୟୁସେନା ଅଧିକାରୀ ବରୁଣ ଗତ ଅଗଷ୍ଟ ମାସରେ ନିଜର ସାହସିକତା ପାଇଁ ସ୍ୱର୍ଯ୍ୟଚକ୍ର ସମ୍ମାନରେ ସମ୍ମାନିତ ହୋଇଛନ୍ତିମିଡ୍‌ ଏୟାର ଇମାର୍ଜେନ୍ସି ସତ୍ତ୍ୱେ ଗତ ବର୍ଷ ତେଜସ୍ ଫାଇଟର ଜେଟ୍‌କୁ ସୁରକ୍ଷିତ ଭାବେ ଅବତରଣ କରି ଦୁର୍ଘଟଣାକୁ ଏଡ଼ାଇ ପାରିଥିଲେ। ଗତକାଲି ସିଡିଏସ୍‌ ଜେନେରାଲ ବିପିନ୍ ରାୱତଙ୍କ ଡାକରା ପାଇ ବରୁଣ ସୁଲୁର ଅଭିମୁଖେ ଯାତ୍ରା କରିଥିଲେ। ସେଠାରୁ ସେ ଜେନେରାଲ ବିପିନ୍ ରାୱତ ଓ ଅନ୍ୟମାନଙ୍କୁ ଡିଫେନ୍ସ ଷ୍ଟାଫ୍‌ କଲେଜକୁ ଏସ୍‌କଟ କରିନେଉଥିଲେ । ୱେଲିଂଟନ୍‌ଠାରେ ଉକ୍ତ ଷ୍ଟାଫ କଲେଜରେ ଜେନେରାଲ ବିପିନ୍ ରାୱତ ଲେକ୍‌ଚର ଦେବାର କାର୍ଯ୍ୟକ୍ରମ ଥିଲା। ତେବେ ଦୁର୍ଭାଗ୍ୟବସତଃ ସେନା ହେଲିକପ୍ଟରଟି କନ୍ନୁର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯେଉଁଥିରେ ଜେନେରାଲ ବିପିନ୍ ରାୱତଙ୍କ ସମେତ ୧୩ ଜଣଙ୍କର ମୃତ୍ୟୁ ଘଟିଥିଲା। କିନ୍ତୁ ଦୁର୍ଘଟଣାରୁ ଏକ ମାତ୍ର ଜୀବିତି ଥିବା ବରୁଣଙ୍କର ଚିକିତ୍ସା ଛାଲିଛି। ବରୁଣଙ୍କ ଘର ହେଉଛି ଉତ୍ତରପ୍ରଦେଶର ଦେଉରିଆ ଗ୍ରାମରେ। ତାଙ୍କ ବାପା ମଧ୍ୟ ଜଣେ ଅବସରପ୍ରାପ୍ତ କର୍ଣ୍ଣେଲ ବୋଲି ସୂଚନା ମିଳିଛି।

 

Breaking News