Report Card Odisha

| Daily Odia News

ଇସ୍ରାଏଲ୍‌ରୁ ଭାରତୀୟଙ୍କୁ ନେଇ ଆସିଥିବା ତୃତୀୟ ଓ ଚତୁର୍ଥ ବିମାନ…..

Tel Aviv [Israel], Oct 14 (ANI): Indian nationals onboard the third flight of Operation Ajay which has departed from Tel Aviv to Delhi, on Saturday. (ANI Photo)

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଅପରେସନ୍‌ ଅଜୟ ଅଭିଯାନରେ ଯୁଦ୍ଧ-ବିକ୍ଷତ ଇସ୍ରାଏଲ୍‌ରୁ ଭାରତୀୟମାନଙ୍କୁ ଆଣିଥିବା ତୃତୀୟ ଓ ଚତୁର୍ଥ ବିମାନ ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କରିଛି। ୧୯୭ଜଣ ଭାରତୀୟଙ୍କୁ ନେଇ ଆସିଥିବା ଚାର୍ଟର୍‌ ବିମାନଟି ରବିବାର ପ୍ରତ୍ୟୁଷରେ ନୂଆଦିଲ୍ଲୀସ୍ଥିତ ଆନ୍ତର୍ଜାତିକ ବିମାନ ବନ୍ଦରରେ ଅବତରଣ କରିବା ପରେ ଇସ୍ରାଏଲ୍‌ ଫେରନ୍ତାମାନଙ୍କୁ ସ୍ବାଗତ କରିବାକୁ କେନ୍ଦ୍ରମନ୍ତ୍ରୀ କ‌ୌଶଳ କିଶୋର ସେଠାରେ ଉପସ୍ଥିତ ଥିଲେ। ପ୍ରତ୍ୟେକ ଭାରତୀୟଙ୍କୁ ଗୋଟିାଏ ଲେଖାଏଁ ଜାତୀୟ ପତାକା ଦେଇ ସେ ଅଭିନନ୍ଦନ ଜଣାଇଥିଲେ। ସେହିପରି, ଆଉ ୨୭୪ଜଣ ଭାରତୀୟଙ୍କୁ ଇସ୍ରାଏଲ୍‌ରୁ ଆଣି ଚତୁର୍ଥ ବିମାନଟି ମଧ୍ୟ ଆଜି ଦିଲ୍ଲୀରେ ଅବତରଣ କରିଛି। ଇସ୍ରାଏଲ୍‌ର ବେନ୍‌ ଗୁରିଅନ୍‌ ବିମାନ ବନ୍ଦରରୁ ସ୍ଥାନୀୟ ସମୟ ରାତି ୧୧.୪୫ରେ ଏହି ବିମାନ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଆରମ୍ଭ କରିଥିଲା। ଏହା ହେଉଛି, ଗୋଟିଏ ଦିନରେ ଇସ୍ରାଏଲ୍‌ରୁ ଭାରତୀୟଙ୍କୁ ଆଣି ଦିଲ୍ଲୀରେ ପହଞ୍ଚିଥିବା ଦ୍ବିତୀୟ ବିମାନ। ସୂଚନାଯୋଗ୍ୟ, ଅକ୍ଟୋବର ୭ ତାରିଖରୁ ‘ଏୟାର୍‌ ଇଣ୍ଡିଆ’ ଓ ଅନ୍ୟାନ୍ୟ ଏୟାର୍‌ଲାଇନ୍‌ ସବୁ ଇସ୍ରାଏଲ୍‌କୁ ବ୍ୟାବସାୟିକ ବିମାନ ଚଳାଚଳ ବନ୍ଦ କରିଦେଲେ। ଫଳରେ ସେଠାରେ ଫସି ରହିଥିବା ବା ସେଠାରୁ ଚାଲି ଆସିବାକୁ ଚାହୁଁଥିବା ଭାରତୀୟ ନାଗରିକମାନଙ୍କୁ ସହାୟତା କରିବା ଲାଗି ଭାରତ ସରକାର ଅକ୍ଟୋବର ୧୧ ତାରିଖ ଦିନ ‘ଅପରେସନ୍‌ ଅଜୟ’ ଆରମ୍ଭ କରିଥିଲେ। ‘ଫ‌ାଷ୍ଟ୍‌ କମ୍‌ ଫାଷ୍ଟ୍‌ ସର୍ଭ’ (ଆଗ ଆସିଥିବା ‌ଲୋକଙ୍କୁ ଆଗ ସେବା) ଦେବା ଭିତ୍ତିରେ ଯାତ୍ରୀମାନଙ୍କୁ ସ୍ବଦେଶକୁ ଅଣାଯାଉଛି।

Breaking News