Report Card Odisha

| Daily Odia News

‘ମେଧା ହିଁ ପ୍ରାର୍ଥୀ ଚୟନର ମାପଦଣ୍ଡ,ପରୀକ୍ଷା ଅତ୍ୟନ୍ତ ସ୍ୱଚ୍ଛତାର ସହ ହୋଇଛି…..

ରିପୋର୍ଟ କାର୍ଡ / କଟକ

ASO ପରୀକ୍ଷା ଅନିୟମିତତା ନେଇ ଅଭିଯୋଗ କରିଥିଲେ ASO ଆଶାୟୀ ପାର୍ଥୀ | ଏହାକୁ ପ୍ରତିବାଦକରି ରାସ୍ତାକୁ ଓହ୍ଲାଇଥିଲେ ବହୁ ପରିକ୍ଷାର୍ଥୀ । ଏହାକୁ ନେଇ ଆଜି ପ୍ରତିକ୍ରିୟା ରଖିଛନ୍ତି ଓଡ଼ିଶା ଲୋକସେବା ଆୟୋଗ ଅଧ୍ୟକ୍ଷ ସତ୍ୟଜିତ ମହାନ୍ତି । କହିଛନ୍ତି କି ASO ପରୀକ୍ଷା ଅତ୍ୟନ୍ତ ସ୍ୱଚ୍ଛତାର ସହ ହୋଇଛି । ଏଥିରେ କୌଣସି ପ୍ରକାର ଅନିୟମିତତା ହୋଇ ନାହିଁ । ମେଧା ହିଁ ପ୍ରାର୍ଥୀ ଚୟନର ଏକମାତ୍ର ମାପଦଣ୍ଡ । ଏଥିସହ ଯାହାର ଅଭିଯୋଗ କରିବାର ଅଛି ରେଜଲ୍ଟ ବାହାରିବା ପରେ ଅଭିଯୋଗ କରନ୍ତୁ ବୋଲି କହିଛନ୍ତି ଓଡ଼ିଶା ଲୋକସେବା ଆୟୋଗ ଅଧ୍ୟକ୍ଷ ସତ୍ୟଜିତ ମହାନ୍ତି । ଏନେଇ ଆଜି ଏକ ସାମ୍ବାଦକି ସମ୍ମିଳନୀରେ ସେ କହିଛନ୍ତି, ଫାଇନାଲ ରେଜଲ୍ଟ ପରେ ହିଁ ମାର୍କସିଟ୍ ଓ ଉତ୍ତର ଅପଲୋଡ୍ ହେବ । ପୂର୍ବରୁ ହାଇକୋର୍ଟ ଉତ୍ତର ଅପଲୋଡ୍ ନେଇ ୨୦୧୬ରେ ନିର୍ଦ୍ଦେଶ ଦେଇଥିଲେ । ଏହାରି ଅନୁସାରେ ସମସ୍ତ କାର୍ଯ୍ୟ ହେଉଛି ବୋଲି କହିଛନ୍ତି ସତ୍ୟଜିତ ମହାନ୍ତି । ଚଳିତ ପରୀକ୍ଷାରେ ସାଧାରଣ ବର୍ଗ ପାଇଁ ୪୦% ଓ SEBC/SC/STଙ୍କ ପାଇଁ ୩୦% ସର୍ବନିମ୍ନ ଯୋଗ୍ୟତା ମାର୍କ ଥିଲା । କୌଣସି ଏକ ବିଷୟରେ ସର୍ବନିମ୍ନ ମାର୍କ ରଖିନଥିଲେ ପ୍ରାର୍ଥୀ ମନୋନୀତ ହୋଇନଥିବେ ବୋଲି କହିଛନ୍ତି ସତ୍ୟଜିତ୍ । ଫାଇନାଲ୍ ରେଜଲ୍ଟ ବାହାରିବା ପରେ ସେମାନେ ଅଭିଯୋଗ କରିପାରିବେ । ସେତେବେଳେ ଅଭିଯୋଗ ସତ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Breaking News