Report Card Odisha

| Daily Odia News

OSAP ସିପାହୀଙ୍କ ଘରେ ଭିଜିଲାନ୍ସ ରେଡ୍……

ରିପୋର୍ଟ କାର୍ଡ / ଭୁବନେଶ୍ବର

ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢଉ କରାଯାଇଛି। ଦୁର୍ନୀତି ନିବାରଣ ବିଭାଗ କଟକର ସ୍ୱତନ୍ତ୍ର ଅଦାଲତଙ୍କ ପକ୍ଷରୁ ଜାରି ୱାରେଣ୍ଟ ବଳରେ ଓଏସଏପି ଷଷ୍ଠ ବାଟାଲିଅନ କଟକର ସିପାହୀ ସହଦେବ ପରିଡାଙ୍କର ସରକାରୀ ବାସଭବନ ସମେତ ତାଙ୍କ ପୈତୃକ ସ୍ଥାନରେ ଭିଜିଲାନ୍ସ ରେଡ କରିଛି । ଏଥିରେ ୩ ଜଣ ଡିଏସପି, ୯ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀମାନେ ସାମିଲ ହୋଇଥିଲେ। ଏକ ସମୟରେ କଟକ ତିନିଘରିଆ ଛକରେ ତାଙ୍କର ଏକ ତିନିମହଲା ଘର, ଗଣ୍ଡରପୁରରେ ଏକ ଆଜବେଷ୍ଟସ ଘର, ପୁରୀ ଚନ୍ଦନପୁରରେ ପୈତୃକ ଘର ସହିତ ପୁରୀ ମାଳତିପାଟପୁରସ୍ଥିତ ଶ୍ୱଶୁରଙ୍କ ଘର ଉପରେ ଚଢଉ କରାଯାଇଥିଲା। ତାଙ୍କ ଘରୁ ନଗଦ ୨ ଲକ୍ଷ ୯୪ ହଜାର ୬୦୦ ଟଙ୍କା, ୪ଟି ଦୁଇଚକିଆ ଗାଡି, ୧୭ଟି ବ୍ୟାଙ୍କ ପାସବୁକ ଜବତ କରାଯାଇଛି। ସେହିଭଳି ସିପାହୀ ସହଦେବ ପରିଡାଙ୍କ ନାମରେ ଭୁବନେଶ୍ୱର ପାଣ୍ଡରା ମୌଜାରେ ଏକ ଜମି, ମାଳତିପାଟପୁରରେ ତାଙ୍କ ପତ୍ନୀଙ୍କ ନାମରେ ଏକ ଜମି, କଣ୍ଟିଲୋ ମୌଜା ରେ ଜମି, କଟକ ଗୋପାଳପୁରରେ ତାଙ୍କ ପୁଅ କିଶାନ ପରିଡାଙ୍କ ନାମରେ ଜମି, କଟକ ଗଣ୍ଡରପୁରରେ ତାଙ୍କ ନାମରେ ଏକ ଜମି ଥିବା ଜଣାଯାଇଛି। ଏବେମଧ୍ୟ ଚଢଉ ଜାରି ରହିଥିବା ଜଣାଯାଇଛି।

Breaking News