Report Card Odisha

| Daily Odia News

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ମହାମାରୀ କରୋନା ପାଇଁ ଦିଲ୍ଲୀରେ ଲାକଡାଉନ ଲାଗୁ ହୋଇଛି। ଏହି ସମୟରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ୨ ମାସ ପର୍ଯ୍ୟନ୍ତ ମାଗଣା ରାସନ ସାମଗ୍ରୀ ଏବଂ ଟ୍ୟାକ୍ସି ଚାଳକଙ୍କୁ ୫ ହଜାର ଟଙ୍କା ଲେଖାଏ ସହାୟତା ରାଶି ପ୍ରଦାନ ଘୋଷଣା କରିଛନ୍ତି । ଏହା ଫଳରେ ପ୍ରାୟ ଦିଲ୍ଲୀରେ ୭୨ ଲକ୍ଷ ରାସନ କାର୍ଡଧାରୀ ଏବଂ ପ୍ରାୟ ଦେଢ ଲକ୍ଷ ଅଟୋ ଏବଂ ଟ୍ୟାକ୍ସି ଡ୍ରାଇଭର ଏହାଦ୍ୱାରା ଉପକୃତ ହେବେ। ଗତ ସପ୍ତାହରେ ଶ୍ରମିକମାନଙ୍କୁ ଏପରି ସହାୟତା ଯୋଗାଇ ଦିଆଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ଦୁଇ ମାସର ରାସନ ସାମଗ୍ରୀ ମିଳିବା ଅର୍ଥ ନୁହେଁ ଯେ ୨ ମାସ ଧରି ତାଲାବନ୍ଦ ଚାଲିବ। ପରିସ୍ଥିତି ସୁଧୁରୁ ଏବଂ ଖୁବଶୀଘ୍ର ତାଲାବନ୍ଦ ହଟାଯାଉ ବୋଲି ସେ ଚାହୁଁଥିବା ସେ କହିଛନ୍ତି। ସେ ଆହୁରି କହିଛନ୍ତି, କରୋନା ଯୋଗୁ ଦିଲ୍ଲୀରେ କଠିନ ପରିସ୍ଥିତି ଜାରି ରହିଛି। ଏଭଳି ସ୍ଥିତିରେ ଯଦି ଯେଉଁମାନେ ଅନ୍ୟ କାହାର ସହାୟତା କରିପାରୁଛନ୍ତି, ସେମାନେ ସହାୟତା କରନ୍ତୁ। ଯଦି କାହାକୁ ଖାଦ୍ୟ ଦରକାର ପଡ଼ୁଛି କିମ୍ବା ଶଯ୍ୟା କି ଅମ୍ଳଜାନ ସିଲିଣ୍ଡର ଦରକାର ପଡ଼ୁଛି, ତେବେ ସେଥିରେ ସହାୟତା କରିବା ପାଇଁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି।

 

Breaking News