Report Card Odisha

| Daily Odia News

ବନ୍ଦ ହେବନି ୨୦ ପିଲାରୁ କମ୍‌ ଥିବା ସ୍କୁଲ: ହାଇକୋର୍ଟ….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟ ସରକାରଙ୍କ ସ୍କୁଲ୍ ମିଶ୍ରଣ ନିଷ୍ପତ୍ତିକୁ ରଦ୍ଦ କଲେ ହାଇକୋର୍ଟ। ବନ୍ଦ ହେବନି ୨୦ରୁ କମ ପିଲାଥିବ ବିଦ୍ୟାଳୟ । କମ ଛାତ୍ର ଥିବା ସ୍କୁଲକୁ ଅନ୍ୟ ସ୍କୁଲ ସହ ମିଶ୍ରଣ କରିବା ପ୍ରସଙ୍ଗରେ ଆଜି ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି। ରାଜ୍ୟ ସରକାରଙ୍କ ବିଜ୍ଞପ୍ତିକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ୨୦ରୁ କମ୍ ଛାତ୍ରଛାତ୍ରୀ ଥିବା ସ୍କୁଲକୁ ନିକଟସ୍ଥ ବିଦ୍ୟାଳୟରେ ମିଶାଇ ଦେବା ଲାଗି ରାଜ୍ୟ ସରକାର କହିଥିଲେ । ଏନେଇ ୨୦୨୦ ମାର୍ଚ୍ଚ ୧୧ରେ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଥିଲା । ଉକ୍ତ ବିଜ୍ଞପ୍ତିକୁ ହାଇକୋର୍ଟ ରଦ୍ଦ କରି ଦେଇଛନ୍ତି । କହିଛନ୍ତି କି ଛୋଟ ଛୋଟ ପିଲାଙ୍କୁ ଦୂର ସ୍କୁଲ୍ ପଠାଇବା ବେଆଇନ୍ । ଦିଲ୍ଲୀକୁ ମଡେଲ ହିସାବରେ ଗ୍ରହଣ କରିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ପ୍ରାଥମିକ ଶିକ୍ଷାର ଭିତ୍ତିଭୂମି ସଜାଡ଼ିବା ସରକାରଙ୍କ ଦାୟିତ୍ୱ ବୋଲି କହିଛନ୍ତି କୋର୍ଟ ।

Breaking News