Report Card Odisha

| Daily Odia News

ପାକିସ୍ତାନରେ ଫ୍ରାନ୍ସ ବିରୋଧୀ ହିଂସା, ୧୩ ମୃତ, ୪୦ ଆହତ…..

Supporters of Tehreek-e-Labbaik Pakistan (TLP) party shout slogans during a protest against the arrest of their leader as he was demanding the expulsion of the French ambassador over depictions of Prophet Muhammad, in Lahore on April 13, 2021. (Photo by Arif ALI / AFP)

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପାକିସ୍ତାନରେ ଫ୍ରାନ୍ସ ବିରୋଧୀ ହିଂସା ଉଗ୍ର ରୂପଧାରଣ କରିଛି । ଏହି ହିଂସା କାଣ୍ଡ ଧୀରେ ଧୀରେ ପାକିସ୍ତାନର ବିଭିନ୍ନ ସହରକୁ ବ୍ୟାପିବାରେ ଲାଗିଛି। ହିଂସାକାଣ୍ଡ ଯୋଗୁଁ ପୋଲିସ ଗୁଳିରେ ୧୨ ଜଣ ଆନ୍ଦୋଳନକାରୀ ମୃତ୍ୟୁବରଣ କରିଥିବାବେଳେ ପ୍ରାୟ ୪୦ ଜଣ ଆହତ ହୋଇଛନ୍ତି | ଜଣ ପୋଲିସ କର୍ମୀ ନିହତ ହୋଇଥିବା ନେଇ ଜଣାପଡିଛି । ଏହାକୁ ଦୃଷ୍ଟିରେ ରଖି ଫ୍ରାନ୍ସ ସରକାର ପାକିସ୍ତାନରେ ଥିବା ନିଜର ନାଗରିକ ଓ କମ୍ପାନି କର୍ମଚାରୀମାନଙ୍କୁ ତୁରନ୍ତ ପାକିସ୍ତାନ ଛାଡ଼ିବାକୁ ପରାମର୍ଶ ଜାରି କରିଛନ୍ତି । ବିଭିନ୍ନ ବ୍ୟବସାୟିକ ବିମାନରେ ଫ୍ରାନ୍ସ ନାଗରିକମାନଙ୍କୁ ଫ୍ରାନ୍ସ ନିଆଯିବ । ପାକିସ୍ତାନରେ ଅବସ୍ଥାପିତ ଫ୍ରାନ୍ସ ରାଷ୍ଟଦୂତଙ୍କୁ ବହିଷ୍କାର କରିବା ସହ ଫ୍ରାନ୍ସ ସହ ବାଣିଜ୍ୟ କାରବାର ବନ୍ଦ କରିବାକୁ ମୌଳବାଦୀ ସଂସ୍ଥା ତେହେରିକ-ଇ-ଲବାଇବ ପାକିସ୍ତାନ (ଟିଏଲପି) ପକ୍ଷରୁ ଦେଶବ୍ୟାପି ଏହି ଆନ୍ଦୋଳନ କରାଯାଉଛି । ଗତ ବର୍ଷ ଫ୍ରାନ୍ସର ପ୍ୟାରିସଠାରେ ପ୍ରକାଶିତ ବିବାଦୀୟ କାର୍ଟୁନକୁ ଟିଏଲପି ପକ୍ଷରୁ ବିରୋଧ କରାଯାଉଛି । ଏହି କାର୍ଟୁନରେ ଇସଲାମର ଅବମାନନା କରାଯାଇଥିବା କୁହାଯାଉଛି । ଏହି ହିଂସା ପରେ ପାକିସ୍ତାନ ସରକାର ଟିଏଲପିକୁ ନିଷିଦ୍ଧ ଘୋଷଣା କରିବା ସହ ଏହାର ମୁଖ୍ୟ ସାଦ୍ ହୁସେନ ରିଜଭିଙ୍କୁ ଗିରଫ କରିଛି । ଗତ ନଭେମ୍ବର ମାସରେ ବି ଟିଏଲପି ପକ୍ଷରୁ ପାକିସ୍ତାନରେ ହିଂସାତ୍ମକ ଆନ୍ଦୋଳନ କରାଯାଇଥିଲା ।

 

Breaking News