ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଶୁକ୍ରବାର ରାତିରେ ପାକିସ୍ତାନର କ୍ୱେଟାରେ ବୋମା ବିସ୍ଫୋରଣ ଘଟି ୪ ଜଣ ଲୋକ ମୃତ୍ୟୁ ହୋଇଥିବା ବେଳେ ୧୫ ଲୋକ ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ- ଅଧିକାରୀମାନେ କହିଛନ୍ତି ଯେ ବୋମା ବିସ୍ଫୋରଣ, ଜିନ୍ନା ମାର୍ଗରେ ସାଇନ୍ସ୍ କଲେଜ ପାର୍ଶ୍ଵରେ ଛିଡା ହୋଇଥିବା ଏକ କାର୍ ପାଖରେ ହୋଇଛି । ଜିନ୍ନା ମାର୍ଗ କ୍ୱେଟା ସହରର ପ୍ରମୁଖ ମାର୍ଗମାନଙ୍କ ମଧ୍ୟରୁ ଗୋଟିଏ ଓ କିଣାବିକା ପାଇଁ ସବୁଠାରୁ ଲୋକପ୍ରିୟ ଏବଂ ସବୁଠୁ ଅଧିକ ବ୍ୟସ୍ତ ସ୍ଥାନ ଅଟେ। ଅଧିକାରୀମାନେ ଏହି ଘଟଣାର ଯାଞ୍ଚ କରୁଛନ୍ତି ।। ଅଧିକାରୀ ଅନୁସାରେ ଆହତମାନଙ୍କୁ କ୍ୱେଟା ସିଭିଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି, ବିସ୍ଫୋରଣ ଯୋଗୁଁ ବିସ୍ଫୋରଣ ସ୍ଥାନର ଆଖପାଖରେ ଥିବା ଘରଗୁଡିକର କାଚ ଭାଙ୍ଗିଯାଇଛି । ପାକିସ୍ତାନର ଏହି ଅଞ୍ଚଳରେ ଇସ୍ଲାମିକ୍ ଷ୍ଟେଟ୍(ଆଇଏସ୍) ଅଧିକ ସକ୍ରିୟ ଅଛି।






More Stories
ରାଜ୍ୟ ସଭାରେ ଉଠିଲା ଓଡ଼ିଶାର ଜାତିଗତ ଭେଦଭାବ କଥା……
ସେବାତୀର୍ଥ ଓ କର୍ତ୍ତବ୍ୟ ଭବନ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ….
ସଂସଦ କାର୍ଯ୍ୟ ୯ ପର୍ଯ୍ୟନ୍ତ ମୁଲତବୀ…..