ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କାଙ୍ଗାଳ ହେଉଛି ପାକିସ୍ତାନ। ବିଗିଡିଗଲାଣି ଆର୍ଥିକ ସ୍ଥିତି। ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ବର୍ତ୍ତମାନ ଇମ୍ରାନ ଖାନ ସରକାରଙ୍କୁ ମଧ୍ୟ ପ୍ରଭାବିତ କରିବା ଆରମ୍ଭ କରିଦେଇଛି। ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁଁ ଆନ୍ତର୍ଜାତୀୟ ବଜାରରେ ତୈଳ ମୂଲ୍ୟ ବୃଦ୍ଧି ପାଉଛି। ରିପୋର୍ଟ ଅନୁଯାୟୀ ଅନ୍ତର୍ଜାତୀୟ ବଜାରରେ ତୈଳ ଦର ବ୍ୟାରେଲ ପିଛା ୧୧୨ ଡଲାରରେ ପହଞ୍ଚିଛି। କିନ୍ତୁ ରୁଷ-ୟୁକ୍ରେନ୍ ଯୁଦ୍ଧ ପୂର୍ବରୁ ତୈଳ ଦର ବ୍ୟାରେଲ ପିଛା ୬୪ ଡଲାର ଥିଲା। ଏଥିଯୋଗୁଁ ପାକିସ୍ତାନରେ ପେଟ୍ରୋଲିଅମ ସାମଗ୍ରୀର ଅଭବା ଦେଖାଦେଇଛି। ଏଥିଯୋଗୁଁ ଡିଜେଲ ସଙ୍କଟ ଉପୁଜିଛି। ଆଉ ମାତ୍ର ୫ ଦିନ ପରେ ଏଠାରେ ଡିଜେଲ ସରିଯିବ। ପାକିସ୍ତାନରେ ମାତ୍ର ୫ ଦିନ ପାଇଁ ଡିଜେଲ ସଂରକ୍ଷଣ ଥିବା ସୂଚନା ମିଳିଛି। ରିପୋର୍ଟ ମୁତାବକ, ଏବେ ବ୍ୟାଙ୍କଗୁଡିକ ମଧ୍ୟ ଇମ୍ରାନ ସରକାରଙ୍କ ହାତ ଛାଡ଼ି ଦେଇଛନ୍ତି। ପାକିସ୍ତାନୀ ବ୍ୟାଙ୍କଗୁଡ଼ିକ ତୈଳ କମ୍ପାନୀଗୁଡ଼ିକୁ ବିପଦପୂର୍ଣ୍ଣ ଶ୍ରେଣୀରେ ରଖିଛନ୍ତି ଏବଂ ଋଣ ଦେବାକୁ ମନା କରି ଦେଇଛନ୍ତି। ଡିଜେଲର ଷ୍ଟକ୍ ହ୍ରାସ ପାଇବା ସହିତ ପାକିସ୍ତାନର ଇମ୍ରାନ ସରକାର ମଧ୍ୟ ଅସୁବିଧାରେ ପଡିଛନ୍ତି। ଗୋଟିଏ ପଟେ ବିରୋଧୀ ଦଳ ଏକତ୍ରିତ ହୋଇଥିବା ବେଳେ ଅନ୍ୟ ପଟେ ଡିଜେଲର ଷ୍ଟକ୍ ହ୍ରାସ ହେତୁ ପାକିସ୍ତାନରେ ଦରଦାମ୍ ଆହୁରି ବୃଦ୍ଧି ପାଇବା ସମ୍ଭାବନା ରହିଛି। ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (ସିପିଆଇ)ରେ ମାପ କରାଯାଉଥିବା ପାକିସ୍ତାନର ସାଧାରଣ ମୁଦ୍ରାସ୍ଫୀତି ୨୪ମାସର ସର୍ବୋଚ୍ଚ ସ୍ତରରେ ୧୩ ପ୍ରତିଶତରେ ରହିଛି ଏବଂ ପ୍ରାୟ ସମସ୍ତ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ପାଉଛି। ଡନ୍ ଖବରକାଗଜ ଅନୁଯାୟୀ, ଜାନୁୟାରୀ ୨୦୨୦ ଠାରୁ ଏହା ସର୍ବାଧିକ CPI ମୁଦ୍ରାସ୍ଫୀତି। ଉଲ୍ଲେଖଯୋଗ୍ୟ ଯେ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନିଜ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଅଣାଯାଇଥିବାକୁ ନେଇ ବିରୋଧୀଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ସେ ରବିବାର ଦିନ ‘ଆଳୁ, ଟମାଟୋ’ର ମୂଲ୍ୟ ନିୟନ୍ତ୍ରଣ କରିବା ପାଇଁ ରାଜନୀତିରେ ପ୍ରବେଶ କରିନାହାଁନ୍ତି ବୋଲି କହି ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି।
More Stories
ଟ୍ରମ୍ପ କଲେ ଘୋଷଣା,ବଢିଲା ପନ୍ନୁର ସମସ୍ୟା….
ହିମନ୍ତଙ୍କୁ କଡ଼ା ଜବାବ ଦେଲେ ଗୌରବ ଗୋଗଇ,ମୁଁ ଭାରତର ‘ର’ ଏଜେଣ୍ଟ୍…..
ବନ୍ଦହେବ ମେଘାଳୟର ଚନ୍ଦ୍ର ମୋହନ ଝା ବିଶ୍ୱବିଦ୍ୟାଳୟ…..