ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
୦୫ /୦୩ / ୨୦୨୧
ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ ଲାଇଭ ଟିଭିରେ ଆଲୋଚନା କରୁକରୁ ନିଜର ଭାଷଣ ଲାଇନକୁ ଭୁଲି ଯାଇଥିଲେ। ଏହି ଘଟଣାର ଭିଡିଓ ଟୁଇଟରରେ ସେୟାର ହେବା ପରେ ସଙ୍ଗେସଙ୍ଗେ ଟ୍ରୋଲ ହେବା ଆରମ୍ଭ ହୋଇଯାଇଥିଲା। ଇମରାନ ଖାନଙ୍କୁ ସିନେଟ ନିର୍ବାଚନରେ ଝଟକା ଲାଗିଛି। ଏହାପରେ ସେ ଗୁରୁବାର ରାତିରେ ଦେଶକୁ ସମ୍ବୋଧିତ କରିଥିଲେ। ସେ ପାକିସ୍ତାନ ନିର୍ବାଚନୀ ଆୟୋଗ (ଇସିପି)ଙ୍କ ନିକଟରେ ପ୍ରଶ୍ନ ରଖିଥିଲେ। ଏହି ଭାଷଣ ଦେବା ସମୟରେ ସେ ଅଟକି ଯାଇଥିଲେ। ଆଉ ଯେତେ ଚେଷ୍ଟା କଲେ ମଧ୍ୟ ତାଙ୍କ ଭାଷଣ ଲାଇନ ଆଉ ମନେ ପଡ଼ି ନଥିଲା। ପାକିସ୍ତାନୀ ସାମ୍ବାଦିକ ନାୟଲା ଇନାୟତ ଏହି ଭିଡିଓ ସେୟାର କରିଥିଲେ। ଭିଡିଓରେ ଶୁଣିବାକୁ ମିଳୁଛି, ଇମରାନ ଖାନ ଟେଲିଭିଜନରେ ଲାଇଭ ଚାଲୁଥିବା ବେଳେ ନିଜ ଲାଇନ ଭୁଲି ଯାଉଛନ୍ତି। ଏଇ ଯେଉଁ ବଡ଼-ବଡ଼.. ବଡ଼ ବଡ଼ କ’ଣ ସେଗୁଡ଼ିକ? ହେ ସେ ଯାହା ହେଉ। ଏତିକି କହି ସେ ଆଗକୁ ବଢ଼ୁଛନ୍ତି। ୧୭ସେକେଣ୍ଡର ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଏହି ଭିଡିଓଟିକୁ ବର୍ତ୍ତମାନ ପର୍ଯ୍ୟନ୍ତ ୧ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, ତୁମେ କ’ଣ କହିବାକୁ ଚାହୁଁଛ? ସେହିପରି ଜଣେ ୟୁଜର ଏହି ଭିଡିଓକୁ ଦେଖି ‘ଦିଲୱାଲେ ଦୁଲହାନିଆ ଲେ ଜାୟେଙ୍ଗେ’ ସିନେମା ସଂଳାପ ଲେଖି କହିଛନ୍ତି, ବଡ଼ ବଡ଼ ସହରରେ ଏମିତି ଛୋଟଛୋଟ କଥା ହୋଇଥାଏ।






More Stories
ବନ୍ୟା ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ…..
ଯୁବଶକ୍ତି ଦେଶର ସବୁଠୁ ମୂଲ୍ୟବାନ ସମ୍ପତ୍ତି…..
“ଆଜି,ଭାରତ ଏକ ସ୍ଥିର ସରକାର ସହିତ ବିଶ୍ୱ ସ୍ତରରେ ପ୍ରଗତି କରୁଛି……