ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
୦୫ /୦୩ / ୨୦୨୧
ଭାରତୀୟ ଅଧିନାୟକ ବିରାଟ କୋହଲି ପୁଣି ଥରେ ନିରାଶ କରିଛନ୍ତି । ଇଂଲଣ୍ଡ ବିପକ୍ଷ ୪ର୍ଥ ଟେଷ୍ଟର ଦ୍ବିତୀୟ ଦିନରେ କୋହଲି ପୁଣି ଥରେ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଛନ୍ତି । ଅଧିନାୟକଙ୍କ ନିକଟରୁ ଏକ ବଡ ଇନିଂସ ଆଶା କରାଯାଉଥିବା ବେଳେ ନିରାଶ କରିଛନ୍ତି କୋହଲି । ବେନ୍ ଷ୍ଟୋକସଙ୍କ ବଲ୍ରେ ଓ୍ବିକେଟ୍ କିପର ବେନ୍ ଫୋକସ୍ଙ୍କ ହାତକୁ କ୍ୟାଚ୍ ଦେଇଥିଲେ କୋହଲି । ଭ୍ରମଣକାରୀ ଇଂଲଣ୍ଡ ବିପକ୍ଷରେ ଚଳିତ ସିରିଜ୍ରେ ଦ୍ବିତୀୟ ଥର ପାଇଁ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ୍ ଫେରିଛନ୍ତି । ଚେନ୍ନାଇରେ ଖେଳାଯାଇଥିବା ଦ୍ବିତୀୟ ଟେଷ୍ଟର ପ୍ରଥମ ଇନିଂସରେ ଖାତା ଖୋଲି ପାରିନଥିଲେ କୋହଲି । ମୋଇନ୍ ଅଲ୍ଲୀଙ୍କ ଏକ ଚମତ୍କାର ବଲକୁ ବୁଝି ନପାରି କ୍ଳିନ୍ ବୋଲ୍ଡ ହୋଇଥିଲେ ବିରାଟ ।କୋହଲିଙ୍କ ଟେଷ୍ଟ କ୍ୟାରିୟରରେ ଏହା ଦ୍ବିତୀୟ ଥର ହୋଇଛି, ଯେତେବେଳେ କି କୌଣସି ସିରିଜ୍ରେ ଦ୍ବିତୀୟ ଥର ପାଇଁ ଶୂନରେ ଆଉଟ ହୋଇଛନ୍ତି ।ଏହା ପୂର୍ବରୁ ୨୦୧୪ରେ ଇଂଲଣ୍ଡ ବିପକ୍ଷ ସିରିଜ୍ରେ ଗୋଟିଏ ସିରିଜରେ ଦୁଇ ଥର ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିଲେ । ନିଜ ଟେଷ୍ଟ କ୍ୟାରିୟର ମଧ୍ୟରେ କୋହଲି ମୋଟ ୧୨ ଥର ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଛନ୍ତି । ଏହା ସହିତ ବେନ୍ ଷ୍ଟୋକସ୍ ୫ମ ଥର ପାଇଁ କୋହଲିଙ୍କ ଟେଷ୍ଟ ଓ୍ବିକେଟ୍ ଶିକାର କରିଛନ୍ତି । ୨୦୧୯ ମସିହାରେ ବାଂଲାଦେଶ ବିପକ୍ଷ ଟେଷ୍ଟ ମ୍ୟାଚ୍ରେ ଶେଷ ଥର ପାଇଁ ଶତକ ହାସଲ କରିଥିଲେ । ଏହା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ କୋହଲି ଗୋଟିଏ ବି ଶତକ ହାସଲ କରିନାହାନ୍ତି । ଉକ୍ତ ଟେଷ୍ଟ ପରେ କୋହଲି ମୋଟ ୧୨ଟି ଇନିଂସ ଖେଳିଥିବା ବେଳେ ଯଥାକ୍ରମେ-୨, ୧୯, ୩, ୧୪, ୭୪, ୪, ୧୧, ୭୨, ୦, ୬୨, ୨୭ ଏବଂ ୦ ରନ୍ କରିଛନ୍ତି ବିରାଟ କୋହଲି ।
More Stories
ଅଲଗା ହେଲେ ୟୁଜବେନ୍ଦ୍ର ଓ ଧନଶ୍ରୀ….
ଟିମ ଇଣ୍ଡିଆକୁ ବଡ଼ ପୁରସ୍କାର…..
ଆଜି ଭାରତ-ଅଷ୍ଟ୍ରେଲିଆ ମହାଲଢ଼େଇ…..