ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତ ପାକିସ୍ତାନ ମଧ୍ୟରେ ପୁଣି ଥରେ ବ୍ୟବସାୟ କାରବାର ଆରମ୍ଭ କରିବାକୁ ଇମ୍ରାନ୍ ଖାନଙ୍କ କ୍ୟାବିନେଟ ବଡ଼ ନିଷ୍ପତ୍ତି ନେଇଛି। ଦୁଇବର୍ଷ ଧରି ଭାରତ ସହିତ ବ୍ୟବସାୟ କାରବାର ବନ୍ଦ କରିବାପରେ ହରଡ଼ଘଣାରେ ପଡିଛି ପାକିସ୍ତାନ। ଦେଶରେ ଖାଉଟି ସାମଗ୍ରୀ ଦର ଆକାଶ ଛୁଆଁ ହୋଇଛି। ଏଭଳି ସ୍ଥିତିରେ ପାକିସ୍ତାନ ସରକାର ଭାରତ ସହିତ ପୁଣି ଥରେ ବାଣିଜ୍ୟିକ ସମ୍ପର୍କ ଆରମ୍ଭ କରିବା ଲାଗି ପଦକ୍ଷେପ ନେଇଛି। ଆର୍ଥିକ ମାମଲା ସହ ଜଡ଼ିତ କ୍ୟାବିନେଟ୍ ଭାରତ ସହ ଟ୍ରେଡ୍ ପାଇଁ ଅନୁମତି ଦେଇଛି। ଇମ୍ରାନ ସରକାର ଭାରତରୁ କପା ଏବଂ ଚିନି ଆମଦାନୀ କରିବାକୁ ସହମତି ପ୍ରକାଶ କରିଛି। ଏବେ ପାକିସ୍ତାନ ଜୁନ ୨୦୨୧ ପର୍ଯ୍ୟନ୍ତ ଭାରତରୁ କପା ଆମଦାନି କରିବ। ପାକିସ୍ତାନୀ ଗଣମାଧ୍ୟମରୁ ମିଳିଥିବା ସୂଚନା ମୁତାବକ ଚୀନ ସହ ପାକିସ୍ତାନ ପୁଣି ଥରେ ବାଣିଜ୍ୟ ଆରମ୍ଭ କରିପାରେ। ପାକିସ୍ତାନ କ୍ୟାବିନେଟ୍ ଇକୋନୋମିକ୍ କୋର୍ଡିନେସନ୍ କମିଟି ବୁଧବାର ନିଜର ଏକ ରିପୋର୍ଟ ପ୍ରକାଶ କରିଛି। ସୂଚନାଯୋଗ୍ୟ, କିଛିଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାକିସ୍ତାନ ଦିବସ ଅବସରରେ ତାଙ୍କ ପ୍ରତିପକ୍ଷ ଇମ୍ରାନ ଖାନଙ୍କୁ ଚିଠି ଲେଖି ଶୁଭେଚ୍ଛା ଜଣାଇଥିଲେ। ଏହା ପରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ସମ୍ପର୍କ ପୁନର୍ବାର ଆରମ୍ଭ ହେବାର ଆଶା ଉଜ୍ଜୀବିତ ହୋଇଥିଲା। ନିକଟରେ ନଭଜୋତ ସିଂହ ସିଦ୍ଧୁ ମଧ୍ୟ ପାକିସ୍ତାନ ସହିତ ପୁନର୍ବାର ବାଣିଜ୍ୟିକ ସମ୍ପର୍କ ସ୍ଥାପନ ଲାଗି ଇସାରା ଦେଇଥିଲେ।






More Stories
ଜେଲରୁ ମୁକୁଳିବେ ସୋନମ ୱାଙ୍ଗଚୁକ…..
କଂଗ୍ରେସ ଦେଶରେ ଆତଙ୍କ ସୃଷ୍ଟି କରିବା ପାଇଁ ଚେଷ୍ଟା କରୁଛି…..
ସିଇସିଙ୍କ ବହିଷ୍କାର ଦାବିରେ ନୋଟିସ……