ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଦିନକୁ ଦିନ ବଢ଼ିବାରେ ଲାଗିଛି। ପରିସ୍ଥିତି ଅଧିକ ଜଟିଳ ହେଲେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ହେବାର ସମ୍ଭାବନା ରହିଛି। ତେବେ ଏଭଳି ହେଲେ ପାକିସ୍ତାନ ଦେଶର ସୁରକ୍ଷା ପାଇଁ ମଦ୍ରାସା ଛାତ୍ରମାନଙ୍କୁ ବ୍ୟବହାର କରିବ ବୋଲି କହିଛି। ଏ ନେଇ ପ୍ରତିରକ୍ଷା ମନ୍ତ୍ରୀ ଖଓ୍ବାଜା ଆସିଫ ସଂସଦରେ ଅବଗତ କରାଇଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ଆସିଫ କହିଛନ୍ତି, ଯେଉଁ ଛାତ୍ରମାନେ ଅଧ୍ୟୟନ କରୁଛନ୍ତି ସେମାନେ ଆମ ଧର୍ମ ସହିତ ଭଲ ଭାବେ ଜଡ଼ିତ ଅଛନ୍ତି। ସମୋନେ ଆମ ସହରର ସୁରକ୍ଷା ପାଇଁ ଶତପ୍ରତିଶତ ବ୍ୟବହାର ହୋଇପାରିବେ। ସେନା ପରେ ସେମାନେ ଆମ ପ୍ରତିରକ୍ଷା ବ୍ୟବସ୍ଥାରେ ୨ୟ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ସଂସଦରେ ସାଂସଦମାନେ ପାକ୍ ସେନା ଏବଂ ପ୍ରତିରକ୍ଷା ମନ୍ତ୍ରୀଙ୍କୁ କଡ଼ା ସମାଲୋଚନା କରିବା ପରେ ସେ ଏହି ଉତ୍ତର ଦେଇଛନ୍ତି। ପ୍ରତିରକ୍ଷା ମନ୍ତ୍ରୀଙ୍କ ଏପରି ମନ୍ତବ୍ୟ ଅତ୍ୟନ୍ତ ସମ୍ବେଦନଶୀଳ। ଯୁଦ୍ଧରେ ଛାତ୍ରଙ୍କୁ ବ୍ୟବହାର କରିବା ଅର୍ଥ ସେମାନଙ୍କୁ ଢାଲ କରିବା। ଏହାକୁ ଅନେକ ସାଂସଦ ସମାଲୋଚନା କରିଛନ୍ତି।






More Stories
ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ବୃଦ୍ଧି…..
ଶପଥ ନେଲେ କେରଳର ନୂଆ ମୁଖ୍ୟମନ୍ତ୍ରୀ…..
ପ୍ରଧାନମନ୍ତ୍ରୀ ପଦ ଛାଡ଼ିବେ ଷ୍ଟାର୍ମର !…..