ରିପୋର୍ଟକାର୍ଡ / ନୂଆଦିଲ୍ଲୀ
ରାଜସ୍ଥାନର ଜୈସେଲମେର ଅଞ୍ଚଳରୁ ଜଣେ ପାକିସ୍ତାନ ଗୁପ୍ତଚରକୁ ଗିରଫ କରାଯାଇଛି। ଅଭିଯୁକ୍ତ ଜଣକ ହେଉଛି ପଠାନ ଖାନ୍। ସେ ରାଜସ୍ଥାନର ନାଗରିକ ହୋଇଥିବା ସେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଇଣ୍ଟର ସର୍ଭିସ ଇଣ୍ଟେଲିଜେନ୍ସ(ଆଇଏସଆଇ) ପାଇଁ ଗୁପ୍ତଚର ଭାବେ କାର୍ଯ୍ୟ କରୁଥିଲା। ରାଜସ୍ତାନର ଗୁଇନ୍ଦା ବିଭାଗ ତା’କୁ ଗିରଫ କରିଛି। ସେ ଭାରତ ସମ୍ପର୍କରେ ଅନେକ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ଆଇଏସଆଇକୁ ପ୍ରଦାନ କରିଥିବା ସୂଚନା ମିଳିଛି। ପଠାନ୍ ୨୦୧୩ରେ ପାକିସ୍ତାନ ଗସ୍ତ କରିଥିଲା। ସେହି ସମୟରେ ସେ ଆଇଏସଆଇ ସମ୍ପର୍କରେ ଆସିଥିଲା। ଗତ ଏକ ମାସ ତଳେ ଗୁଇନ୍ଦା ବିଭାଗ ତା’କୁ ଅଟକ ରଖି ପଚରାଉଚରା ଜାରି ରଖିଥିଲା। ଶେଷରେ ଗୁପ୍ତଚରଗିରି ସ୍ପଷ୍ଟ ହେବା ପରେ ଗୁରୁବାର ତାକୁ ଗିରଫ କରାଯାଇଛି।






More Stories
ରନୱେରେ ଫାଟିଲା ବିମାନର ଟାୟାର…..
ମୋଦିଙ୍କ ୩.୦ କ୍ୟାବିନେଟରେ ହୋଇପାରେ ବଡ଼ ଅଦଳବଦଳ!…..
ନେପାଳ ବନ୍ୟା;ମାଟିତଳୁ ଜୀବନ ଖୋଜା…..