ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେବା ସନ୍ଦେହରେ କିଛି ଯବାନଙ୍କୁ ସେନା ଅଟକ ରଖିଛି। ଏଏନଆଇ ପକ୍ଷରୁ ଏନେଇ ସୂଚନା ମିଳିଛି। ସେମାନଙ୍କୁ ଆଗ୍ରାରୁ ସେନା ଅଧିକାରୀ ଧରିଥିବା ଜଣାପଡ଼ିଛି। ସନ୍ଦିଗ୍ଧ ଯବାନଙ୍କ ଠାରୁ ଜରୁରୀ ତଥ୍ୟ ନେବା ପାଇଁ ଜଣେ ପାକିସ୍ତାନୀ ଗୁପ୍ତଚର ସେମାନଙ୍କ ସହ ସମ୍ପର୍କରେ ଥିଲା । ଆଗ୍ରା ସ୍ଥିତ ସୈନ୍ୟ ଠିକଣାର କିଛି ଯବାନ ଅନଧିକାର କଥାବାର୍ତ୍ତା କରୁଥିଲେ । ସେମାନେ ପାକିସ୍ତାନ ଗୁପ୍ତଚର ସହ କଥା ହେଉଥିଲେ। କିନ୍ତୁ ଗୁଇନ୍ଦା ବିଭାଗର ସତର୍କତା ପରେ ସେମାନେ ଧରାପଡ଼ିଛନ୍ତି। କିଛି ବଡ଼ କରିବା ପୂର୍ବରୁ ସେମାନଙ୍କୁ ଅଟକ ରଖିଛି ସେନା। ଏବେ ପୂରା ମାମଲାର ଯାଞ୍ଚ ପରେ ଯବାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏମିତି ଅନେକ ମାମଲା ସାମ୍ନାକୁ ଆସୁଛି। ପାକିସ୍ତାନୀ ଗୁପ୍ତଚର ବିଭିନ୍ନ ମାଧ୍ୟମରେ ଭାରତୀୟ ଯବାନମାନଙ୍କୁ ପ୍ରଲୋଭିତ କରି ତଥ୍ୟ ସଂଗ୍ରହ କରିବାକୁ ପ୍ରଚେଷ୍ଟା ଜାରି ରଖିଛନ୍ତି । ଅନେକ ହନିଟ୍ରାପରେ ଭାରତୀୟ ଯବାନ ଫସୁଥିବା ମଧ୍ୟ ଶୁଣିବାକୁ ମିଳେ। କିନ୍ତୁ ସେନା ଏଭଳି ଯବାନମାନଙ୍କ ଉପରେ ନଜର ରଖିଛି। ନିକଟରେ ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେବା ଅଭିଯୋଗରେ ଭାରତୀୟ ଯବାନ ଗିରଫ ମଧ୍ୟ ହୋଇଛନ୍ତି ।






More Stories
ପଶ୍ଚିମବଙ୍ଗରରେ ପୁନଃ ମତଦାନ ଆରମ୍ଭ……
ଶନିବାର ପଶ୍ଚିମବଙ୍ଗରେ ହେବ ପୁନଃ ମତଦାନ…..