Report Card Odisha

| Daily Odia News

ପାକିସ୍ତାନରେ ହିନ୍ଦୁ ଝିଅ ହେଲେ ପ୍ରଶାସନିକ ଅଧିକାରୀ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପାକିସ୍ତାନରେ ପ୍ରଥମଥର ଜଣେ ହିନ୍ଦୁ ଝିଅ ପ୍ରଶାସନିକ ଅଧିକାରୀ ହୋଇଛନ୍ତି | ଏହି କୃତିତ୍ୱ ହାସଲ କରିଛନ୍ତି ୨୭ ବର୍ଷୀୟା ହିନ୍ଦୁ ଝିଅ ଡା. ସନା ରାମଚାନ୍ଦ ଗୁଲୱାନୀ | ପ୍ରଥମ ପ୍ରୟାସରେ ସେଣ୍ଟ୍ରାଲ୍‌ ସୁପିରିୟର୍‌ ସର୍ଭିସେସ (ସିଏସଏସ) ପରୀକ୍ଷାରେ କୃତକାର୍ଯ୍ୟ ଲାଭ କରିଥିଲେ। ପାକିସ୍ତାନର ସିଏସଏସ ପରୀକ୍ଷା ଭାରତରେ ଅନୁଷ୍ଠିତ ସିଭିଲ ସର୍ଭିସ ପରୀକ୍ଷା ସହିତ ସମାନ, ଯାହା ପରେ ପ୍ରାର୍ଥୀ ମନୋନୀତ ହୋଇ ପ୍ରଶାସନିକ ସେବାକୁ ଯାଆନ୍ତି। ସୂଚନାଯୋଗ୍ୟ, ସନା ଗତ ମେ ‘ମାସରେ ଏହି ପରୀକ୍ଷା କୃତକାର୍ଯ୍ୟ ହୋଇଥିଲେ। ତେବେ ସେପ୍ଟେମ୍ବରରେ ତାଙ୍କୁ ନିଯୁକ୍ତି ମିଳିଛି। ଭାରତଠାରୁ ଅଲଗା ହେବା ପରଠାରୁ କୌଣସି ହିନ୍ଦୁ ଝିଅ ପାକିସ୍ତାନରେ ପ୍ରଶାସନିକ ସେବାରେ ନାହାଁନ୍ତି। ସନା ପାଞ୍ଚ ବର୍ଷ ପୂର୍ବେ ସେ ବେନଜିର ଭୁଟ୍ଟୋ ମେଡିକାଲ ୟୁନିଭରସିଟିରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ଡାକ୍ତରୀ ଅଧ୍ୟୟନ କରିଥିବା ସନା କହିଥିଲେ ଯେ, ତାଙ୍କ ମାତାପିତା ମୋତେ କେବେ ପ୍ରଶାସନିକ ସେବାକୁ ଯିବାକୁ ଚାହାଁନ୍ତି ନାହିଁ। ସେ ଚାହୁଁଥିଲେ ମୁଁ ଡାକ୍ତରୀ କ୍ଷେତ୍ରରେ ସେବା କରିବି। ସେଥିପାଇଁ ମୁଁ ପ୍ରଥମେ ମାତାପିତାଙ୍କ ଲକ୍ଷ୍ୟ ପୂରଣ କଲି। ଏହା ପରେ ମୁଁ ମୋ ଟାର୍ଗେଟ ପୂରଣ କରିଛି। ପାକିସ୍ତାନର ସିଏସ୍‌ଏସ୍‌ ପରୀକ୍ଷା ଏତେ କଷ୍ଟସାଧ୍ୟ ଯେ ଏହି ବର୍ଷ କେବଳ ଦୁଇ ପ୍ରତିଶତରୁ କମ ଏହାକୁ ପାସ କରିବାକୁ ସକ୍ଷମ ହୋଇଛନ୍ତି।

Breaking News