ରିପୋର୍ଟ କାର୍ଡ / ଭୁବନେଶ୍ୱର
ପଞ୍ଚଭୂତରେ ଲୀନ ହେଲେ ବରିଷ୍ଠ ସାମ୍ବାଦିକ ଜିମୁତ ମଙ୍ଗରାଜଙ୍କ। ସୋମବାର ଭୁବନେଶ୍ୱର ସତ୍ୟନଗର ସ୍ମସାନରେ ଶେଷକୃତ୍ୟ ସମ୍ପର୍ଣ ହୋଇଛି | ତାଙ୍କ ବଡ଼ ପୁଅ ମୂଖାଖିନୀ ଦେଇଛନ୍ତି | ରାଜ୍ୟର ବିଭିନ୍ନ ପ୍ରତିଷ୍ଠିତ ଗଣମାଧ୍ୟମରେ ସେ ସାମ୍ବାଦିକତା କରିଥିଲେ। ଜିମୁତ ମଙ୍ଗରାଜଙ୍କ ଅଚାନକ ମୃତ୍ୟୁ ଖବର ସଭିଙ୍କୁ ବିସ୍ମିତ କରିଛି । ସୂଚନା ଅନୁସାରେ – ରବିବାର ସନ୍ଧ୍ୟାରେ ଯାଆଁଳା ମେଡ଼ିକାଲ ସମ୍ମୁଖରେ ସାମ୍ବାଦିକ ଜିମୂତ ମଙ୍ଗରାଜଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ନେଇ ଯାଆଁଳା ପୋଲିସ ପକ୍ଷରୁ ସୂଚନା ମିଳିଥିଲା । ସେହିପରି ବିଜୁ ପଟ୍ଟନାୟକ ଏବଂ ଓଡ଼ିଶା ରାଜନୀତି ସମ୍ପର୍କରେ ସେ ଅନେକ ପୁସ୍ତକ ମଧ୍ୟ ଲେଖିଛନ୍ତି । ରାଜ୍ୟର ପ୍ରଥମ ରାଜନୈତିକ ଖବରକାଗଜ ‘ନେତା’ର ସମ୍ପାଦକ ଭାବେ ଦାୟିତ୍ୱ ନିର୍ବାହ କରୁଥିଲେ। ତାଙ୍କ ପରଲୋକରେ ରାଜ୍ୟର ବିଭିନ୍ନ ମହଲ ବିଶେଷ କରି ସାମ୍ବାଦିକ ମହଲରେ ଶୋକ ପ୍ରକାଶ ପାଇଛି। ବରିଷ୍ଠ ସାମ୍ବାଦିକ ଜୀମୂତ ମଙ୍ଗରାଜଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ସାମ୍ବାଦିକତା କ୍ଷେତ୍ର ପ୍ରତି ତାଙ୍କ ଅବଦାନ ସର୍ବଦା ସ୍ମରଣୀୟ ବୋଲି ସେ କହିଛନ୍ତି।






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..