ରିପୋର୍ଟ କାର୍ଡ / ଭୁବନେଶ୍ୱର
ପଞ୍ଚାୟତ ନିର୍ବାଚନ ପାଇଁ ଆଜି ନାମାଙ୍କନପତ୍ର ଦାଖଲର ଚତୁର୍ଥ ଦିନ | ଆଶାୟୀ ପାର୍ଥୀ ମାନେ ନିଜ ନିଜର ନାମାଙ୍କନ ପତ୍ର ଦାଖଲ କରୁଛନ୍ତି | ଶୁକ୍ରବାର ନାମାଙ୍କନପତ୍ର ଦାଖଲର ଶେଷ ଦିନ ରହିଛି । ତା’ ପୂର୍ବରୁ ବିଜେଡି, ବିଜେପି ଓ କଂଗ୍ରେସ ଭଳି ସମସ୍ତ ବଡ ରାଜନୈତିକ ଦଳର ଅଧିକାଂଶ ଜିଲ୍ଲା ପରିଷଦ ସିଟ୍ ଚୂଡ଼ାନ୍ତ ହୋଇଛି । ପଂଚାୟତ ନିର୍ବାଚନ ପାଇଁ ସୋମବାରଠୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଆଜିସୁଦ୍ଧା ମୋଟ ୭୪୮୮୬ଜଣ ପ୍ରାର୍ଥୀ ବିଭିନ୍ନ ପଦବୀ ପାଇଁ ନିଜର ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାପଡ଼ିଛି। ଆଜି କେବଳ ୫୦ହଜାରରୁ ଅଧିକ ପ୍ରାର୍ଥୀ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ତେବେ ଶୁକ୍ରବାର ସୁଦ୍ଧା ସବୁ ସିଟ୍ ଚୂଡ଼ାନ୍ତ କରିବାକୁ ୩ଦଳ ଯାକ ଜୋର ଲଗାଇଛନ୍ତି । ବିଜେଡି ରାଜ୍ୟର ବିଭିନ୍ନ ସ୍ଥାନରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରୁଥିବା ନେଇ ଉଭୟ ବିଜେପି ଓ କଂଗ୍ରେସ ଅଭିଯୋଗ ଉଠାଇଛନ୍ତି ।






More Stories
ଅଙ୍ଗନଓ୍ବାଡି କର୍ମୀଙ୍କ ବିକ୍ଷୋଭ ପ୍ରଦର୍ଶନ……
ଯୁବକଙ୍କ ମୃତଦେହ ଉଦ୍ଧାର…..
ଅମଲାତନ୍ତ୍ରକୁ ରାଜସ୍ଵ ମନ୍ତ୍ରୀଙ୍କ କଡା ତାଗିଦ୍…..