ରିପୋର୍ଟ କାର୍ଡ / ଭୁବନେଶ୍ବର
ଆଜି ଠାରୁ ରାଜ୍ୟରେ ଆରମ୍ଭ ହୋଇଛି ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ଭୋଟ ଗ୍ରହଣ | ପ୍ରଥମ ପର୍ଯ୍ୟାୟ ମତଦାନ ବୁଧବାର ଠାରୁ ଆରମ୍ଭ ହେବାକୁ ଥିବାବେଳେ ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୋରଦାର୍ ପ୍ରସ୍ତୁତି ହୋଇଛି। ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ଅପରାହ୍ନ ୧ ଟାରେ ସରିବ | ଚଳିତବର୍ଷ ୫ଟି ପର୍ଯ୍ୟାୟରେ ୨୪ତାରିଖ ପର୍ଯ୍ୟନ୍ତ ମତଦାନ ହେବାକୁ ଥିବାବେଳେ ୨କୋଟି ୭୯ଲକ୍ଷରୁ ଅଧିକ ଲୋକ ମତଦାନ କରିବେ। ଏଥର ମୋଟ୍ ୬୭୯୪ଟି ଗ୍ରାମପଞ୍ଚାୟତର ୯୧୯୧୩ଟି ୱାର୍ଡରେ ମତଦାନ ପାଇଁ ବ୍ୟବସ୍ଥା କରାଯାଇଛି। ମୋଟ୍ ୯୧୯୧୩ଟି ବୁଥ୍ରୁ ୧୩୭୮୫ଟି ବୁଥ୍ ଉତ୍ତେଜନା ପ୍ରବଣ ଥିବାବେଳେ ଏଥିରୁ ପ୍ରଥମ ପର୍ଯ୍ୟାୟରେ ୩୩୫୭ଟି ଉତ୍ତେଜନା ପ୍ରବଣ ବୁଥ୍ ରହିଥିବା ରାଜ୍ୟ ନିର୍ବାଚନ କମିସନଙ୍କ ପକ୍ଷରୁ କୁହାଯାଇଛି। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ବୁଧବାର ଠାରୁ ଆରମ୍ଭ ହେବାକୁ ଥିବାବେଳେ ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୋରଦାର୍ ପ୍ରସ୍ତୁତି ହୋଇଛି। ଚଳିତବର୍ଷ ୫ଟି ପର୍ଯ୍ୟାୟରେ ୨୪ତାରିଖ ପର୍ଯ୍ୟନ୍ତ ମତଦାନ ହେବାକୁ ଥିବାବେଳେ ୨କୋଟି ୭୯ଲକ୍ଷରୁ ଅଧିକ ଲୋକ ମତଦାନ କରିବେ। ଏଥର ମୋଟ୍ ୬୭୯୪ଟି ଗ୍ରାମପଞ୍ଚାୟତର ୯୧୯୧୩ଟି ୱାର୍ଡରେ ମତଦାନ ପାଇଁ ବ୍ୟବସ୍ଥା କରାଯାଇଛି। ମୋଟ୍ ୯୧୯୧୩ଟି ବୁଥ୍ରୁ ୧୩୭୮୫ଟି ବୁଥ୍ ଉତ୍ତେଜନା ପ୍ରବଣ ଥିବାବେଳେ ଏଥିରୁ ପ୍ରଥମ ପର୍ଯ୍ୟାୟରେ ୩୩୫୭ଟି ଉତ୍ତେଜନା ପ୍ରବଣ ବୁଥ୍ ରହିଥିବା ରାଜ୍ୟ ନିର୍ବାଚନ କମିସନଙ୍କ ପକ୍ଷରୁ କୁହାଯାଇଛି।
More Stories
ଆଜିଠୁ ପୁରୁଣା ଗାଡ଼ି କୁ ପେଟ୍ରୋଲ-ଡିଜେଲ ମନା…..
କମିଲା ଗ୍ୟାସ୍ ଦର……
ଆଜି ହେରାପଞ୍ଚମୀ ନୀତି,ନନ୍ଦିଘୋଷ ରଥ ଭାଙ୍ଗିବେ ମହାଲକ୍ଷ୍ମୀ…..