Report Card Odisha

| Daily Odia News

ଦ୍ବିତୀୟ ପର୍ଯ୍ୟାୟରେ ମୋଟ ମତଦାନ ୭୧ %…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ମୋଟ ୭୧ % ମତଦାନ ହୋଇଛି | ଭୋଟ ଗ୍ରହଣ ନେଇ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇ କହିଛନ୍ତି | କହିଛନ୍ତି ଯେ ପ୍ରାରମ୍ଭିକ ଆକଳନ ଅନୁସାରେ ପ୍ରାୟ ୭୧% ମତଦାନ ହୋଇଛି। ଚୂଡ଼ାନ୍ତ ସଂଖ୍ୟା ଆସିଲେ ମତଦାନ ସଂଖ୍ୟା ବଢ଼ିପାରେ। କାଁଭାଁ ଘଟଣାକୁ ଛାଡ଼ିଦେଲେ ନିର୍ବାଚନ ଶାନ୍ତିପୂର୍ଣ୍ଣ ହୋଇଛି। ଯାଜପୁର, ଜଗତସିଂହପୁରର କିଛି ସ୍ଥାନରେ ବାଧା ଉପୁଜିବା ଖବର ଆସିଛି। ବାଲାଟପେପର ତୃଟି ପାଇଁ ୨/୩ଟି ଜାଗାରେ ପୁନଃଭୋଟ ଆବଶ୍ୟକ ପଡ଼ିପାରେ। ଏ ନେଇ ଜିଲାପାଳମାନଙ୍କଠାରୁ ରିପୋର୍ଟ ଆସିଲେ ପଦକ୍ଷେପ ନିଆଯିବ ବୋଲି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ି ପ୍ରକାଶ କରିଛନ୍ତି।

 

Breaking News