ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପଞ୍ଜାବ ବିଧାନସଭା ନିର୍ବାଚନରେ ନାଜିମାରିଲା ଆମ ଆଦମୀ ପାର୍ଟି | ଭୁଶୁଡିଲା କଂଗ୍ରେସର ଗଡ। କଂଗ୍ରେସ ହାତରୁ ଆପ୍ ଛଡାଇ ନେଇଛି ପଞ୍ଜାବ। ୧୧୭ଟି ବିଧାନସଭା ଆସନ ବିଶିଷ୍ଟ ପଞ୍ଜାବରେ ଆପ୍ ୯୨ଟି ଆସନରେ ଜିତିଛି। ପଞ୍ଜାବରେ ଆମ ଆଦମୀ ପାର୍ଟି ସରକାର ଗଠନ କରିବ। କାରଣ ଏଠାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୫୯, ଯାହାକୁ ଆପ୍ ବେଶ ସହଜରେ ହାସଲ କରିନେଇଛି। ସେପଟେ କଂଗ୍ରେସ ଖାତକୁ ଯାଇଛି କେବଳ ୧୬ଟି ଆସନ। ଆଉ ୨ଟିରେ ଲିଡ୍ କରୁଛି କଂଗ୍ରେସ। ସେପଟେ ବିଜେପି ମେଣ୍ଟ କେବଳ ୨ଟି ଆସନରେ ହିଁ ଖାତା ଖୋଲିଛି। ସେହିପରି ଅକାଳୀ ମେଣ୍ଟକୁ ୪ଟି ଆସନରେ ହିଁ ସନ୍ତୁଷ୍ଟ ହେବାକୁ ପଡିଛି। କେଜ୍ରିୱାଲ ପଞ୍ଜାବରେ ଏଏପିର ମୁଖ୍ୟମନ୍ତନ୍ତ୍ରୀ ପ୍ରାର୍ଥୀ ଭଗଓ୍ବନ୍ତ ମାନଙ୍କ ସହ ଏକ ଫଟୋ ଶେୟାର କରି କହିଛନ୍ତି, ଏହି ବିପ୍ଳବ ପାଇଁ ପଞ୍ଜାବବାସୀଙ୍କୁ ଅନେକ ଅନେକ ଅଭିନନ୍ଦନ। ସେ କହିଛନ୍ତି ମୁଁ ଆତଙ୍କାଦ ନୁହେଁ ଜଣେ ସଚ୍ଚା ଦେଶଭକ୍ତ, ଏହା ପ୍ରମାଣିତ କରିଦେଖାଇଛନ୍ତି ପଞ୍ଜାବବାସୀ। ପଞ୍ଜାବରେ ପରିବର୍ତ୍ତନ ଆସିଛି ଏବେ ପୁରା ଦେଶରେ ବି ପରିବର୍ତ୍ତନ ଆଣିବା ସମୟ ଆସିଯାଇଛି। ସମସ୍ତ ମହିଳା, କୃଷକ ଓ ଯୁବକମାନଙ୍କୁ ଆମ ଆଦମୀ ପାର୍ଟିରେ ଯୋଗ ଦେବାକୁ କେଜ୍ରିୱାଲ ଅପିଲ କରିଛନ୍ତି।
More Stories
ସବୁ ସ୍ବାସ୍ଥ୍ୟକେନ୍ଦ୍ରକୁ ହାଇଆଲର୍ଟ ରହିବାକୁ ନିର୍ଦ୍ଦେଶ…..
ବିଜୟ ରୂପାନୀଙ୍କ ମୃତ ଦେହକୁ ଚିହ୍ନଟ କଲା ଡିଏନଏ ଟେଷ୍ଟ……
୨୦ ରୁ ଖୋଲିବ ବିଦ୍ୟାଳୟ….