ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପଞ୍ଜାବରେ କରୋନା ସଂକ୍ରମଣ ବଢିଚାଲିଛି । ସଂକ୍ରମଣକୁ ଏଡ଼ାଇବା ପାଇଁ କଟକଣା ବି କଡ଼ାକଡ଼ି ହୋଇଛି । ପୂର୍ବରୁ ଜାରି ହୋଇଥିବା ରାତ୍ରିକାଳୀନ କର୍ଫ୍ୟୁ ସମୟସୀମାକୁ ବଢ଼ାଇଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାବପଟେନ୍ ଅମରିନ୍ଦର ସିଂହ । ଏଣିକି ରାତି ୧୧ଟା ନୁହେଁ, ରାତି ୯ଟାରୁ ସକାଳ ୫ଟା ଯାଏ ଲୋକଙ୍କୁ ଘରୁ ବାହାରିବାଲାଗି ବାରଣ କରାଯାଇଛି । ଲୁଧିଆନା, ପଟିଆଲା, ମୋହାଲି, ଜଳନ୍ଧର, ଗୁରୁଦାସପୁର, ହୋସିଆରପୁର, କପୁରଥଲା, ରୋପଡ, ଅମୃତସର ଜିଲ୍ଲାରେ କର୍ଫ୍ୟୁ ସମୟ ବୃଦ୍ଧି କରାଯାଇଛି । ଏସବୁ ଜିଲ୍ଲାରେ ଦୈନିକ ଶହେରୁ ଅଧିକ ସଂକ୍ରମିତ ହେଉଛନ୍ତି । ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ କହିଛନ୍ତି, ଦୈନିକ ଶହେରୁ ଅଧିକ କରୋନା କେସ୍ ଆସୁଥିବା ଜିଲ୍ଲାରେ ଲାଗୁ ହେବ ନାଇଟ୍ କର୍ଫ୍ୟୁ। ପଞ୍ଜାବରେ ଲଗାତାର ବଢୁଛି କରୋନା ପ୍ରକୋପ । ଗତ ୨୪ ଘଣ୍ଟାରେ ପଞ୍ଜାବରେ ୨ହଜାର ୩୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମହାମାରୀ ନେଇଛି ୩୫ ଜୀବନ । ଜଳନ୍ଧର ଜିଲ୍ଲାରେ ସବୁଠୁ ଅଧିକ ୨୭୭ ନୂଆ ପଜିଟିଭ୍ ବାହାରିଛନ୍ତି । ପଞ୍ଜାବରେ କରୋନାରେ ୬ହଜାର ୧୭୨ ଜଣ ପ୍ରାଣ ହରାଇଛନ୍ତି ।
More Stories
ପାକିସ୍ତାନର ଏଜେଣ୍ଡା ଜମ୍ମୁକଶ୍ମୀରରେ ଲାଗୁ ହେବ ନାହିଁ,କଂଗ୍ରେସ ଓ ପାକିସ୍ତାନର ଏଜେଣ୍ଡା ସମାନ…..
ଆମେରିକା କୋର୍ଟରୁ ଅଜିତ ଡୋଭାଲ ଙ୍କ ନାଁରେ ସମନ…..
କଂଗ୍ରେସ-ଏନସି ମେଣ୍ଟ ସହ ଏକମତ ଅଛୁ : ପାକିସ୍ତାନ….