Report Card Odisha

| Daily Odia News

ମେଡ଼ିକାଲରେ ଚାଲିଥିଲା ରାସଲୀଳା, ଅର୍ଦ୍ଧନଗ୍ନ ଅବସ୍ଥାରେ ଧରାପଡ଼ିଲେ ଯୁବତୀ ଓ ଦୁଇ ଯୁବକ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବଡ଼ ମେଡ଼ିକାଲରେ ଅର୍ଦ୍ଧନଗ୍ନ ଅବସ୍ଥାରେ ଧରାପଡ଼ିଲେ ଯୁବତୀ ଓ ଦୁଇ ଯୁବକ। ତେବେ ଯୁବକ ଦୁଇ ଜଣ ମେଡ଼ିକାଲକୁ ଠିକାରେ ନେଇଥିବା କମ୍ପାନୀର କର୍ମଚାରୀ ବୋଲି ଜଣାପଡ଼ିଛି । ମଧ୍ୟପ୍ରଦେଶର ଇନ୍ଦୋରର ମହାରାଜା ଯଶବନ୍ତରାଓ ହସ୍ପିଟାଲରେ ଏପରି ଲଜ୍ଜ୍ୟାଜନକ ଘଟଣା ଦେଖିବାକୁ ମିଳିଛି। ମେଡ଼ିକାଲ ଭିତରର କିଛି ଫଟୋ ଏ‍ବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଯେଉଁଥିଲେ ଅସଂଯତ ଅବସ୍ଥାରେ ଦୁଇ ଜଣ ଯୁବତୀ ଓ ଦୁଇ ଜଣ ଯୁବକଙ୍କୁ ଦେଖିବାକୁ ମିଳୁଛି। ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଡାକ୍ତରଖାନା କର୍ତ୍ତୃପକ୍ଷ ଏ ସମ୍ପର୍କରେ ଅବଗତ ନୁହଁନ୍ତି। UDS ନାମକ ଏକ ଘରୋଇ କମ୍ପାନୀ ମହାରାଜା ଯଶବନ୍ତରାଓ ହସ୍ପିଟାଲକୁ ଠିକାରେ ନେଇଛି। ଆଉ ସଂପୃକ୍ତ କମ୍ପାନୀର କର୍ମଚାରୀ ମାନେ ଏପରି କାମ କରି ଏବେ ମେଡ଼ିକାଲକୁ ବଦନାମ କରିଛନ୍ତି। ମଙ୍ଗଳବାର ରାତିରେ ଜଣେ ଲୋକଙ୍କ ମୃତଦେହ ଧରି ଶବଗୃହରେ ପହଞ୍ଚିବା ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିଥିଲା। ଅସଞ୍ଜତ ଅବସ୍ଥାରେ ଥିବା ଦୁଇ ଝିଅ ଓ କମ୍ପାନୀର ଦୁଇ କର୍ମଚାରୀଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଶବ ରଖିବାକୁ ଆସିଥିବା ପରିବାର ଲୋକେ । ଆଉ ସହି ଘଟଣାକୁ କ୍ୟାମେରାରେ କଏଦ କରିବାକୁ ଚେଷ୍ଟା କରିଥିଲେ। ତେବେ ସେ ସମୟରେ ଫଟୋ ଓ ଭିଡ଼ିଓ ଉତ୍ତୋଳନ ସମୟରେ ତରବର ହୋଇ ଦୁଇ ଯୁବକ ବାହାରି ଆସି ଧମକଚମକ ଦେଇଥିଲେ । ଏ ସମ୍ପର୍କରେ ପ୍ରଶ୍ନ କରାଯିବାକୁ ଓଲଟା ନାଲି ଆଖି ଦେଖାଇ କଠୋର ସ୍ୱରରେ କହିଥିଲେ, ଏହା ସହିତ ତୁମର କଣ ସମ୍ପର୍କ ? ତୁମର ଶବ ରଖିବାର ଅଛି, ଶବ ରଖ ଆଉ ଯାଅ । ଭୁଲ ମାନିବା ବଦଳରେ ମୁହଁ ଫୁଟାଣି ଦେଖାଇ ରାଗରେ ଗାଳିଗୁଲଜ ମଧ୍ୟ କରିଥିଲେ। ସେପଟେ ଫଟୋ ଭାଇରାଲ କରିଥିବା ବ୍ୟକ୍ତି କହିଛନ୍ତି, କମ୍ପାନୀର କର୍ମଚାରୀମାନେ ଗତ ଚାରି ଦିନ ଧରି ରାତିରେ ଝିଅକୁ ଆଣି ଶବଗୃହରେ ଏପରି କୁକାର୍ଯ୍ୟ କରୁଛନ୍ତି । ଡାକ୍ତରଖାନା କର୍ମଚାରୀମାନେ ଏ ଘଟଣା ସମ୍ପର୍କରେ ସମ୍ପୂର୍ଣ୍ଣ ଅଜ୍ଞ। ଘଟଣା ସାମ୍ନାକୁ ଆସିବା ପରେ ଫଟୋରେ ଦେଖାଯାଇଥିବା ଉଭୟ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଉଭୟ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । ଡାକ୍ତରଖାନାର ଅଧୀକ୍ଷକ ପିଏସ୍ ଠାକୁର ସୂଚନା ଦେଇଛନ୍ତି ଯେ ଉଭୟ କର୍ମଚାରୀଙ୍କୁ ଚାକିରିରୁ ବିଦା କରାଯାଇଛି, ଏବଂ କମ୍ପାନୀକୁ ନୋଟିସ ଜାରି କରାଯାଇଛି।

Breaking News