ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ କୋଭିଡ୍ ସ୍ଥିତି ନେଇ ଆସନ୍ତାକାଲି ଦିନ ୧୧ଟା ବେଳେ ଭର୍ଚୁଆଲ ମାଧ୍ୟମରେ ୬ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ କଥା ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ଏହି ୬ ରାଜ୍ୟ ଓଡିଶା, ମହାରାଷ୍ଟ୍ର,, ଆନ୍ଧ୍ର ପ୍ରଦେଶ ତାମିଲନାଡୁ, କେରଳ, କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀଙ୍କ ସହ କରୋନା ସ୍ଥିତି ନେଇ ଆଲୋଚନା ହେବ । ଦେଶରେ କରୋନାର ଦ୍ବିତୀୟ ଲହର କମୁଥିବା ବେଳେ ଅନ୍ଲକ୍ ପ୍ରକ୍ରିୟା ଆରମ୍ଭ କରିଛନ୍ତି ବିଭିନ୍ନ ରାଜ୍ୟ । ସ୍ଥିତି ସୁଧୁରୁଥିବାରୁ କଟକଣା କୋହଳ କରାଯିବା ସହିତ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ଆଲୋଚନା ହେବ । କିନ୍ତୁ ତୃତୀୟ ଲହର ଆସିବା ନେଇ ବିଶେଷଜ୍ଞମାନେ ଚେତାବନୀ ଦେଇସାରିଥିବା ବେଳେ ଏଥିପାଇଁ ରାଜ୍ୟ ସରକାରମାନେ କିଭଳି ପଦକ୍ଷେପ ନେବେ ସେ ନେଇ ଭର୍ଚୁଆଲ ବୈଠକରେ ଆଲୋଚନା ହୋଇପାରେ । ଉଲ୍ଲେଖ ଯୋଗ୍ୟ -ଗତ ୧୩ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବୋତ୍ତର ୮ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । କରୋନା ସ୍ଥିତିର ସମୀକ୍ଷା କରିବା ସହ ଟିକାକରଣ ବାବଦରେ ମୁଖ୍ୟମନ୍ତ୍ରୀଙ୍କ ସହ ମୋଦୀ କଥା ହୋଇଛନ୍ତି ।
Discussion about this post