ରିପୋର୍ଟ କାର୍ଡ / ପାରାଦୀପ
ମାଛ ବଦଳରେ ଜାଲରେ ପଡ଼ିଛି ମଣିଷ ଶବ। ପାରାଦୀପ ଜଟାଧାର ମୁହାଣ ନିକଟ ସମୁଦ୍ରରେ ଜାଲ ପକାଇବା ବେଳେ ଜଣେ ମତ୍ସ୍ୟଜୀବୀଙ୍କ ଜାଲରେ ଜଣେ ବ୍ୟକ୍ତିଙ୍କ ମୃତଦେହ ପଡ଼ିଛି। ତେବେ ମୃତଦେହଟି କାହାର | କେମିତି ତାଙ୍କର ମୃତ୍ୟୁ ହେଲା | ଏଯାଏଁ ସ୍ପଷ୍ଟ ହୋଇପାରିନି। ମୃତଦେହଟି କୌଣସି ଏକ ବିଦେଶୀ ନାଗରିକଙ୍କ ହୋଇଥାଇପାରେ ବୋଲି ପୋଲିସ ଅନୁମାନ କରୁଛି। ଗତକାଲି ଜଣେ ମତ୍ସ୍ୟଜୀବୀ ପାରାଦୀପ ଜଟାଧାର ମୁହାଣ ନିକଟ ସମୁଦ୍ରରେ ଜାଲ ପକାଇ ମାଛ ଧରୁଥିଲେ। ଏହି ସମୟରେ ତାଙ୍କ ଜାଲରେ ମାଛ ବଦଳରେ ମଣିଷ ଶବ ପଡ଼ିଥିଲା। ଯାହାକୁ ଦେଖି ମତ୍ସ୍ୟଜୀବୀ ଜଣଙ୍କ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଅନ୍ୟ ମତ୍ସ୍ୟଜୀବୀଙ୍କୁ ଘଟଣାସଂପର୍କରେ ଜଣାଇଥିଲେ। ସାମୁଦ୍ରିକ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିଲା। ପୋଲିସ ଘଟଣାର ତଦନ୍ତ କରୁଛି।






More Stories
ସାରା ରାଜ୍ୟ ଉପରେ ରହିବ ସରକାରଙ୍କ ନଜର….
ଆଜି ଆସାମ,କେରଳ ଓ ପୁଡୁଚେରୀ ନିର୍ବାଚନ…..
୯ ପୋଲିସ ଅଧିକାରୀ ପାଇବେ ଫାଶୀ…..