Report Card Odisha

| Daily Odia News

ପରମବୀର ସିଂହଙ୍କ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପୂର୍ବତନ ମୁମ୍ବାଇ ପୋଲିସ କମିଶନର ପରମବୀର ସିଂହଙ୍କ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ । ପରମବୀରଙ୍କ ବିରୋଧରେ ରାଜ୍ୟ ସରକାର ଚଳାଇଥିବା ସମସ୍ତ ଯାଞ୍ଚ ମହାରାଷ୍ଟ୍ର ବାହାରକୁ ସ୍ଥାନାନ୍ତର ଲାଗି ସେ କୋର୍ଟଙ୍କୁ ନିବେଦନ କରିଥିଲେ। ଜଷ୍ଟିସ୍‌ ହେମନ୍ତ ଗୁପ୍ତାଙ୍କ ଅଧ୍ୟକ୍ଷତାରେ କୋର୍ଟଙ୍କ ଅବକାଶକାଳୀନ ପୀଠ ଏହା କିପରି ସମ୍ଭବ ବୋଲି ପ୍ରଶ୍ନ କରିଛନ୍ତି। ମପରମବୀର ସିଂହ ମହାରାଷ୍ଟ୍ର କ୍ୟାଡରର ଆଇପିଏସ ଓ ସେ ୩୦ ବର୍ଷ ଧରି ରାଜ୍ୟର ସେବା କରିଛନ୍ତି । ଏହା ବାଦେ ରାଜ୍ୟ ବାହାରେ ତାଙ୍କୁ ପଚରା ଉଚରା କରାଯାଉ କହିପାରିବେନି ବୋଲି ପୀଠ କହିଛନ୍ତି। ସେ ଯେଉଁ ବିଭାଗରେ କାର୍ଯ୍ୟ କରିଛନ୍ତି, ସେହି ବିଭାଗ ପ୍ରତି ତାଙ୍କର ଅନୁନ୍ୟ ବିଶ୍ୱାସ ରହିବା ଦରକାର। ଏଥିରେ ଯଦି ସେ କାର୍ଯ୍ୟ କରିଥିବା ରାଜ୍ୟକୁ ବିଶ୍ୱାସ କରନ୍ତିନି ବୋଲି କହିବେ ଏହା ଏକ ଚମକାଇବା ଭଳି ଅଭିଯୋଗ ହେବବୋଲି ପୀଠ କହିଛନ୍ତି। ଏଣୁ ଏଭଳି ଆବେଦନକୁ ବିଚାର ଲାଗି ଗ୍ରହଣ କରାଯାଇ ନପାରେ ବୋଲି ପୀଠ ସଫାସଫା ଶୁଣାଇ ଦେଇଛନ୍ତି। ଏଣୁ ପରମବୀର ସିଂହଙ୍କ ଓକିଲ ମହେଶ ଜେଠମଲାନୀ ତାଙ୍କ ଆବେଦନ ଫେରାଇ ଆଣିଛନ୍ତି। ତେବେ ପରମବୀର ସିଂହ ତାଙ୍କ ଆବେଦନରେ ସେ ଜେବେଠାରୁ ତତ୍କାଳୀନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୋଧରେ ଭ୍ରଷ୍ଟାଚାରର ଅଭିଯୋଗ ଆଣିଲେଣି ସେବେଠାରୁ ତାଙ୍କ ବିରୋଧରେ ଷଡ଼ଯନ୍ତ୍ର ଚଳାଯାଉଥିବାର ଅଭିଯୋଗ କରିଛଛନ୍ତି। ଏଣୁ ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗର ତଦନ୍ତ ସିବିଆଇକୁ ଦେଇ ଦିଆଯାଉ ବୋଲି ସେ କୋର୍ଟଙ୍କୁ ନିବେଦନ କରିଥିଲେ।

Breaking News