ରିପୋର୍ଟ କାର୍ଡ / ବଲାଙ୍ଗୀର
ବଲାଙ୍ଗିର ଟାଉନ ଥାନା ଅଞ୍ଚଳରେ ଉନ୍ମତ୍ତ ଯୁବକର ଆତଙ୍କରାଜ। ଶାନ୍ତିପଡ଼ାରେ ଜଣେ ବ୍ୟକ୍ତିଙ୍କ ଘରେ ପଶି ଆତଙ୍କ ଚଳାଇଥିଲା ଯୁବକ । ଘର ମାଲିକ ଓ ପରିବାରକୁ ବନ୍ଧକ ରଖିଥିଲା ବନ୍ଧୁକଧାରୀ । ପରିବାରର ୪ଜଣଙ୍କୁ ବହୁ ଚତୁରତାର ସହିତ ଉଦ୍ଧାର କରିଛି ପୋଲିସ ।ଉଦ୍ଧାର ହୋଇଥିବା ସଦସ୍ୟମାନେ ହେଲେ ମଦନମୋହନ ହୋତା, ଦିବ୍ୟଲୋଚନ ହୋତା, ଜୋସ୍ନାମୟୀ ହୋତା, ଆଶୁତୋଷ ହୋତା । ଏବେବି ଘର ଭିତରେ ରହିଛନ୍ତି ବନ୍ଧୁକଧାରୀ ଯୁବକ । ଖବର ଅନୁଯାୟୀ, ଜଣେ ଯୁବକ ଏକ ବାଇକରେ ଆସି ଶାନ୍ତିପଡାର ମଦନ ମୋହନ ହୋତାଙ୍କ ପରିବାରକୁ ବନ୍ଧୁକ ଦେଖାଇ ଭାଣିଜୀଙ୍କ କଥା ପଚାରିବା ସହିତ ଧମକଚମକ ଦେଇଥିଲା ବନ୍ଧୁକଧାରୀ | ଏହି ସମୟରେ କୌଶଳ କ୍ରମେ ପରିବାର ଲୋକେ କବାଟ ଦେଇ ଏକ କୋଠରୀରେ ବନ୍ଦ ହୋଇଯାଇଥିଲେ । ଠିକ୍ ଏହି ସମୟରେ ପରିବାରର ଅନ୍ୟ ଜଣେ ବାହାରୁ ଆସି ବାହାରପଟୁ କବାଟ ଦେଇ ଦେଇଥିଲେ । ଫଳରେ ଘର ପୋଟିକରେ ବନ୍ଧୁକଧାରୀ ଯୁବକ ଜଣକ ବନ୍ଦ ହୋଇରହିଛନ୍ତି । ଯୁବକଙ୍କୁ କାବୁ କରିବା ସହ ପରିବାରକୁ ଉଦ୍ଧାର ପାଇଁ ପୁଲିସ ଘରକୁ ଘେରାବନ୍ଦୀ କରି ଉଦ୍ୟମ ଚଳାଇଥିଲା । ପୋଲିସ ବୁଲେଟ ପ୍ରୁଫ ଜାକେଟ ସହ ଅପରେଶନ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲା । ପ୍ରେମ ବ୍ୟାପାର କୁନେଇ ଏଭଳି ଘଟଣା ହୋଇଥିବା ନେଇ ଅନୁମାନ କରାଯାଉଛି
More Stories
୧୯ ଘଣ୍ଟା ଅଟକ ପରେ ବିଧାୟକଙ୍କୁ ଛାଡିଲା ପୋଲିସ…..
ଆର୍ ଆଣ୍ଡ ବି ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ଼…..
କଟକରେ ଜଣେ କୋଭିଡ୍ ସଂକ୍ରମିତ ଚିହ୍ନଟ….