ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଧାର୍ଯ୍ୟ ସମୟର ୨ ଦିନ ପୂର୍ବରୁ ବୁଧବାର ସଂସଦ ମୌସୁମୀ ଅଧିବେଶନ ଶେଷ ହୋଇଛି। ଗୁରୁବାର ବିରୋଧୀ ଦଳ ବିଜୟ ଚକ ଠାରୁ ପାର୍ଲାମେଣ୍ଟ ପର୍ଯ୍ୟନ୍ତ ଏକ ପଦଯାତ୍ରା କରିଛନ୍ତି। ପାଦ ପଦଯାତ୍ରାରେ ରାହୁଲ ଗାନ୍ଧୀଙ୍କ ସମେତ ୧୫ଟି ଦଳର ନେତା ସାମିଲ୍ ହୋଇଥିଲେ। ମୌସୁମୀ ଅଧିବେଶନରେ ବିରୋଧୀ ଦଳ ଏକଜୁଟ ହେବା ପରେ ପାର୍ଲାମେଣ୍ଟ ବାହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି ଲାଗି ବିରୋଧୀ ଚେଷ୍ଟା କରୁଛନ୍ତି। ଦିଲ୍ଲୀର ବିଜୟ ଚୌକରେ ବିରୋଧୀଦଳ ନେତାଙ୍କ ସହ ବିରୋଧ ପ୍ରଦର୍ଶନ କରି ରାହୁଲ ଗାନ୍ଧୀ କହିଛନ୍ତି ଯେ ମୋଦି ସରକାର ଲୋକଙ୍କ କଣ୍ଠରୋଧ କରୁଛନ୍ତି। ପଦଯାତ୍ରାରେ ଯୋଗଦେଇ ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି ଯେ ବିରୋଧୀ ଦଳ ସଂସଦରେ ନିଜର ମତ ଉପସ୍ଥାପନ କରିବାର ସୁଯୋଗ ପାଇ ନାହାଁନ୍ତି। ସରକାର ଦେଶରେ ନିଜ ଇଛା ଅନୁସାରେ ଶାସନ ଚଳାଇଥିବା ସେ ଅଭିଯୋଗ କରିଛନ୍ତି। କିଛି ଦିନ ପୂର୍ବରୁ ରାହୁଲ ଗାନ୍ଧୀ ବିରୋଧୀ ଦଳର ନେତାମାନଙ୍କୁ ଜଳଖିଆ ପାଇଁ ଡାକି ରଣନୀତି ପ୍ରସ୍ତୁତ କରିଥିଲେ। ଏହା ପରେ ରାହୁଲ ଗାନ୍ଧୀ ପେଟ୍ରୋଲ-ଡିଜେଲ ମୂଲ୍ୟ ବୃଦ୍ଧି ବିରୋଧରେ ସମସ୍ତ ନେତାଙ୍କ ସହ ସାଇକେଲ ଯୋଗେ ପାର୍ଲାମେଣ୍ଟରେ ପହଞ୍ଚିଥିଲେ। କେବଳ ଏତିକି ନୁହେଁ, ରାହୁଲ ଗାନ୍ଧୀ ଏକ ଟ୍ରାକ୍ଟରରେ ପାର୍ଲାମେଣ୍ଟରେ ପହଞ୍ଚିଥିଲେ।






More Stories
ରାଜସ୍ଥାନରେ ହିଂସା:ଇଣ୍ଟରନେଟ୍ ସେବା ବନ୍ଦ……
ଶରିଫ ଉସମାନଙ୍କ ହତ୍ୟା ପଛରେ ୟୁନୁସଙ୍କ ହାତ ଅଭିଯୋଗ……
ବଳାତ୍କାରୀଙ୍କୁ ଜାମିନ,ପୀଡ଼ିତାଙ୍କ ସହ ଅପରାଧୀ ଭଳି ବ୍ୟବହାର…..