ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜୁଲାଇ ୧୮ ତାରିଖରୁ ସଂସଦରେ ମୌସୁମୀ ଅଧିବେଶନ ଆରମ୍ଭ ହେବ | ମୌସୁମୀ ଅଧିବେଶନ ଚାଲିଥିବା ବେଳେ ଗୃହରେ କୌଣସି ‘ପାମ୍ପ୍ଲେଟ୍’, ‘ଲିଫ୍ଲେଟ୍’ ଏବଂ ‘ପ୍ଲାକାର୍ଡ’ ବଣ୍ଟନ ଉପରେ ନିଷେଧାଜ୍ଞା ଜାରି ହୋଇଛି | ଶୁକ୍ରବାର ଦିନ ଲୋକସଭା ସଚିବାଳୟ ଆଉ ଏକ ଆଦେଶନାମା ଜାରି କରିଛି। ଅସଂସଦୀୟ ଶବ୍ଦ ତାଲିକା ଥିବା ପୁସ୍ତିକା ଏବଂ ସଂସଦ ପରିସରରେ ଧାରଣା, ଧର୍ମଘଟ ଏବଂ ଅନଶନ ନିଷେଧକୁ ବିରୋଧକରି କରି ବିରୋଧୀମାନେ ପାର୍ଲାମେଣ୍ଟ୍ ପରିସରରେ ବିଶୃଙ୍ଖଳା କରିବାରୁ ଶୁକ୍ରବାର ଦିନ ଉପରୋକ୍ତ ଚେତାବନୀ ଜାରି କରାଯାଇଛି। ଉକ୍ତ ଆଦେଶନାମାରେ ଉଲ୍ଲେଖ ଅଛି: ପ୍ରଚଳିତ ପ୍ରଥାନୁସାରେ, ସର୍କୁଲାର୍, ପ୍ରଶ୍ନାବଳୀ, ପାମ୍ପ୍ଲେଟ୍, ପ୍ରେସ୍ ନୋଟ୍, ଲିଫ୍ଲେଟ୍ ଅଥବା ଛାପା ହୋଇଥିବା ଭଳି କୌଣସି ସାମଗ୍ରୀ ସମ୍ମାନୀୟ ବାଚସ୍ପତିଙ୍କ ଆଗୁଆ ଅନୁମତି ବିନା ଗୃହ ପରିସରରେ ବଣ୍ଟନ କରାଯାଇ ପାରିବ ନାହିଁ। ସଂସଦ ଗୃହ ପରିସରରେ ‘ପ୍ଲାକାର୍ଡ’ ପ୍ରଦର୍ଶନକୁ ମଧ୍ୟ କଡ଼ାକଡ଼ି ନିଷେଧ କରାଯାଇଛି।ଏହା ପୂର୍ବରୁ ଜାରି ହୋଇଥିବା ଆଦେଶନାମାରେ, ସଂସଦ ଭବନ ପରିସରରେ ବିକ୍ଷୋଭ, ଧାରଣା, ଧର୍ମଘଟ, ଅନଶନ ଅଥବା କୌଣସି ଧାର୍ମିକ ଉତ୍ସବ ପାଳନ ନିଷେଧ କରାଯାଇଛି। କଂଗ୍ରେସର ସାଧାରଣ ସଚିବ ତଥା ରାଜ୍ୟସଭାରେ ଦଳର ‘ଚିଫ୍ ହ୍ବିପ୍’ ଜୟରାମ ରମେଶ ଟୁଇଟ୍ କରି ପ୍ରଥମେ ଉକ୍ତ ଆଦେଶନାମାଗୁଡ଼ିକୁ ସମାଲୋଚନା କରିଥିଲେ। ସେ କହିଥିଲେ, ମୋଦୀ ସରକାରଙ୍କ ବାସ୍ତବତା ବର୍ଣ୍ଣନା କରିବା ଲାଗି ବ୍ୟବହୃତ କରାଯାଉଥିବା ଶବ୍ଦାବଳିକୁ ଏବେ ‘ଅଣସଂସଦୀୟ’ ବୋଲି ବିବେଚନା କରାଯାଉଛି। ଏହା ପରେ ଆଉ କି ଶବ୍ଦ ସବୁ ନିଷେଧ କରାଯିବ ବିଶ୍ବଗୁରୁ?






More Stories
ପୁଣି ମଣିପୁରରେ ହିଂସା…..
ଜୀବନ ନେଉଛି SIR…..
ଆସନ୍ତାକାଲି ୧୧ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..