Report Card Odisha

| Daily Odia News

ଆଜି ବଜେଟ ଉପସ୍ଥାପନ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜି ସଂସଦରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରିବେ। ମୋଦି ସରକାରର ଦ୍ୱିତୀୟ ପାଳିର ଏହା ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ । ଚଳିତ ବର୍ଷ ବଜେଟରେ ସରକାର ଆର୍ଥିକ ଦୃଢୀକରଣ ଯୋଜନା ଉପରେ ଜୋର୍‌ ଦେବା ସହ ଦୀର୍ଘ ମିଆଦି ଅଭିବୃଦ୍ଧି ଲାଗି ବଜେଟରେ ପଦକ୍ଷେପ ନେବେ ବୋଲି ଅନୁମାନ କରାଯାଉଛି । ବଜେଟ୍ ଅଧିବେଶନ ଗତକାଲିଠୁ ଆରମ୍ଭ ହୋଇଥିବା ବେଳେ ଏପ୍ରିଲ୍ ୬ ପର୍ଯ୍ୟନ୍ତ ୨୭ଟି ବୈଠକ ଅନୁଷ୍ଠିତ ହେବ। ଯେଉଁଥିରେ ବଜେଟ୍ କାଗଜପତ୍ର ଯାଞ୍ଚ ପାଇଁ ଏକ ମାସର ବିରତି ରହିବ। ଅଧିବେଶନର ପ୍ରଥମ ଭାଗ ଫେବୃଆରୀ ୧୩ ରେ ଶେଷ ହେବ । ବଜେଟ୍ ଅଧିବେଶନର ଦ୍ୱିତୀୟ ଭାଗ ମାର୍ଚ୍ଚ ୧୨ରୁ ଆରମ୍ଭ ହୋଇ ଏପ୍ରିଲ୍ ୬ରେ ଶେଷ ହେବ। ୧୦ଟା୧୫ରେ କ୍ୟାବିନେଟ ବୈଠକ ବସିବ, ଯେଉଁଠାରେ ବଜେଟ୍‌କୁ ଚୂଡ଼ାନ୍ତ ଅନୁମୋଦନ ମିଳିବ । ପୂର୍ବାହ୍ନ ୧୧ଟାରେ ଲୋକସଭାରେ ସୀତାରମଣଙ୍କ ବଜେଟ୍‌ ଅଭିଭାଷଣ ଆରମ୍ଭ ହେବ । ରାଷ୍ଟ୍ରପତିଙ୍କ ଅଭିଭାଷଣ ସହିତ ମଙ୍ଗଳବାର ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହୋଇଥିଲା। ତା’ପରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକ ସର୍ବେକ୍ଷଣ ରିପୋର୍ଟ ଉପସ୍ଥାପନ କରିଥିଲେ। ଆର୍ଥିକ ସର୍ବେକ୍ଷଣରେ କୁହାଯାଇଛି ଯେ କୋଭିଡ ମହାମାରୀରୁ ଭାରତର ଆର୍ଥିକ ପନଃରୁଦ୍ଧାର କାର୍ଯ୍ୟ ସମାପ୍ତ ହୋଇଛି । ଆସନ୍ତା ଆର୍ଥିକ ବର୍ଷରେ ଅର୍ଥନୀତି ୬ % ପ୍ରତିଶତରୁ ୬.୮% କୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଗତ ଦୁଇଟି କେନ୍ଦ୍ରୀୟ ବଜେଟ୍ ପରି ଚଳିତ ବର୍ଷର ବଜେଟ୍ ମଧ୍ୟ ପେପରଲେସ୍‌ ଢଙ୍ଗରେ ଉପସ୍ଥାପିତ ହେବ।

Breaking News