Report Card Odisha

| Daily Odia News

ପଶ୍ଚିମବଙ୍ଗରେ ୧୫ ହଜାର ବିଜେପି ସମର୍ଥକ ଛାଡିଲେଣି ଦଳ….

ରିପୋର୍ଟ କାର୍ଡ / କୋଲକାତା

ପଶ୍ଚିମବଙ୍ଗର ରାଜନୀତିରେ ଚାଲିଛି ମିଶ୍ରଣ ପର୍ବ | ନିର୍ବାଚନରେ ବିଜେପି ହାରିବା ପରେ ବିଜେପିକୁ ଶକ୍ତ ଝଟକା ଲାଗିଥିଲା | ଏବେ ବିଜେପି ସମର୍ଥକ ଟିଏମସି ମୁହାଁ | ଯାହାକି ପଶ୍ଚିମବଙ୍ଗ ବିଜେପି ପାଇଁ ଶୁଭଙ୍କର ନୁହଁ | ତୃଣମୂଳ କଂଗ୍ରେସକୁ ଫେରିବା ପାଇଁ ପ୍ରାୟ ୩୦୦ ବିଜେପି ସମର୍ଥକ ଶୁକ୍ରବାର ଶାସକ ଦଳ କାର୍ଯ୍ୟାଳୟ ଆଗରେ ଅନଶନ କରିଥିଲେ। ପରେ ଏହି ବିଜେପି ସମର୍ଥକଙ୍କ ଉପରେ ଗଙ୍ଗାଜଳ ସିଞ୍ଚନ ପୂର୍ବକ ପବିତ୍ର କରାଯାଇଥିଲା| ଏକ ପରେ ତୃଣମୂଳକୁ ଫେରାଇ ଅଣାଯାଇଥିଲା । ସୈନଥିଆ ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବାଙ୍ଗରାମରେ ଏହି ଦଳ ପରିବର୍ତ୍ତନ କାର୍ଯ୍ୟ ହୋଇଛି। ଅନ୍ୟପଟେ ତୃଣମୂଳ କଂଗ୍ରେସର ତ୍ରିପୁରା ୟୁନିଟ୍ ମୁଖ୍ୟ କହିଛନ୍ତି ​‌ଯେ ୧୫,୦୦୦ ବିଜେପି ସମର୍ଥକ ଦଳ ଛାଡିଲେଣି।

Breaking News