ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଗତ କିଛି ଦିନ ହେବ ପତଞ୍ଜଳି କମ୍ପାନୀର ବିଭ୍ରାନ୍ତକାରୀ ବିଜ୍ଞାପନକୁ ନେଇ ବିବାଦ ଆରମ୍ଭ ହୋଇଛି। ଏବେ ପତଞ୍ଜଳି ଆୟୁର୍ବେଦର ପରିଚାଳନା ନିର୍ଦ୍ଦେଶକ ତଥା ଯୋଗ ଗୁରୁ ରାମଦେବଙ୍କ ସହଯୋଗୀ ଆଚାର୍ଯ୍ୟ ବାଲକ୍ରିଷ୍ଣା ଏହାର ଉତ୍ପାଦ ତଥା ଔଷଧୀୟ ଫଳପ୍ରଦତା ବିଷୟରେ କମ୍ପାନୀର ବିଭ୍ରାନ୍ତିକର ଦାବି ପାଇଁ ସୁପ୍ରିମକୋର୍ଟରେ କ୍ଷମା ମାଗିଛନ୍ତି। ଲୋକଙ୍କୁ ଭୁଆଁ ବୁଲେଇବା ପରି ବିଜ୍ଞାପନକୁ ନେଇ ନୋଟିସର ଜବାବ ନ ଦେଇ କୋର୍ଟ କାର୍ଯ୍ୟାନୁଷ୍ଠାନ ଧମକ ଦେବା ପରେ ବାଲକ୍ରିଷ୍ଣା କ୍ଷମା ପ୍ରାର୍ଥନା କରିଛନ୍ତି। ଜଷ୍ଟିସ ହିମା କୋହଲି ଏବଂ ଜଷ୍ଟିସ ଅହସାନୁଦ୍ଦିନ ଅମାନୁଲ୍ଲାଙ୍କ ବେଞ୍ଚ ବାଲକ୍ରିଷ୍ଣା ଏବଂ ରାମଦେବଙ୍କୁ ଏପ୍ରିଲ ୨ ତାରିଖରେ କୋର୍ଟରେ ହାଜର ହେବାକୁ କହିଥିଲେ। କୋର୍ଟରେ ଦାଖଲ ହୋଇଥିବା ଏକ ଆଫିଡେଭିଟ୍ରେ ବାଲକ୍ରିଷ୍ଣା କହିଛନ୍ତି ଯେ ଆଇନ ଶୃଙ୍ଖଳା ପ୍ରତି ତାଙ୍କର ସମ୍ମାନ ରହିଛି।ଭବିଷ୍ୟତରେ ଏଭଳି ବିଜ୍ଞାପନ ଦିଆଯିବ ନାହିଁ ବୋଲି କମ୍ପାନୀ ନିଶ୍ଚିତ କରୁଛି। ବାଲକୃଷ୍ଣ ସ୍ପଷ୍ଟ କରିଛନ୍ତି ଯେ କମ୍ପାନୀର ଉଦ୍ଦେଶ୍ୟ କେବଳ ପତଞ୍ଜଳିର ଉତ୍ପାଦ ଖାଇ ଏକ ସୁସ୍ଥ ଜୀବନଯାପନ କରିବାକୁ ଏହି ଦେଶର ନାଗରିକମାନଙ୍କୁ ଉତ୍ସାହିତ କରିବା, ଯେଉଁଥିରେ ପୁରାତନ ସାମଗ୍ରୀ ତଥା ଆୟୁର୍ବେଦିକ ଅନୁସନ୍ଧାନ ଦ୍ୱାରା ସମର୍ଥିତ ସାମଗ୍ରୀ ବ୍ୟବହାର କରାଯାଇଥାଏ।






More Stories
ପଶ୍ଚିମବଙ୍ଗ ଗଲେ ମୁଖ୍ୟମନ୍ତ୍ରୀ…..
ଓଡ଼ିଶାରେ ଲାଗୁହେବ ପେସା ଆଇନ……
ହାଇକୋର୍ଟ ଯିବେ ବିଜୟ!୧୧୮ ବିଧାୟକଙ୍କୁ ଆଣ……