ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ତୀବ୍ର ବିରୋଧ ପରେ ଧମାଲ କରୁଛି ‘ପଠାନ୍’ | ଶାହରୁଖ୍ଙ୍କ ଫିଲ୍ମ ପ୍ରତ୍ୟେକ ଦିନ ନୂଆ ନୂଆ ରେକର୍ଡ଼ ଭାଙ୍ଗିଛି। ସାରା ବିଶ୍ବରେ ଏହି ଚଳଚ୍ଚିତ୍ର ଜବରଦସ୍ତ ଆୟ କରୁଛି। ସୂଚନା ମିଳିଛି ଯେ, ଗୋଟିଏ ସପ୍ତାହରେ ‘ପଠାନ୍’ ବିଶ୍ବବ୍ୟାପୀ ୬୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଆୟ କରିଛି | ଯାହା ଫଳରେ ଫିଲ୍ମର କଳାକାରଙ୍କଠାରୁ ଆରମ୍ଭ କରି ପ୍ରଶଂସକମାନେ ମଧ୍ୟ ଖୁସିିରେ ଆତ୍ମବିଭୋର ହୋଇଛନ୍ତି।

ଟ୍ରେଡ୍ ଆନାଲିଷ୍ଟ ରମେଶ ବାଲାଙ୍କ ମୁତାବକ, ଶାହରୁଖ ଖାନ୍, ଦୀପିକା ପାଦୁକୋନ ଓ ଜନ୍ ଆବ୍ରାହମ୍ ଅଭିନୀତ ‘ପଠାନ୍’ ମାତ୍ର ସପ୍ତାହେ ମଧ୍ୟରେ ବିଶ୍ବବ୍ୟାପୀ ବକ୍ସ ଅଫିସରେ ୬୪୦ କୋଟି ଟଙ୍କା ଆୟ କରିଛି। ଏହି ଖବର ଶୁଣି ପ୍ରଶଂସକମାନେ ଶାହରୁଖଙ୍କର ଭୁରିଭୁରି ପ୍ରଶଂସା କରିଛନ୍ତି।






More Stories
ଅଭିଜିତ୍ ମଜୁମଦାରଙ୍କ ପରଲୋକ…..
ଅପରାଜିତାଙ୍କୁ ବସନ୍ତ ନାୟକ ସ୍ମୃତି ସମ୍ମାନ…..
ଟିକସ ଛାଡ଼ ହେଲା “ଧୁରନ୍ଧର”…..