ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରସାମ୍ୟ ହରାଇ ଗଙ୍ଗା ନଦୀକୁ ଯାତ୍ରୀବାହୀ ଗାଡ଼ି ଖସି ୮ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ କେତେଜଣ ନିଖୋଜ ଅଛନ୍ତି | ଏଭଳି ଅଘଟଣ ଘଟିଛି ଦାନପୁରରେ ପ୍ରବାହିତ ଗଙ୍ଗା ନଦୀରେ। ଆଜି ସକାଳେ ୨୫ଜଣ ଲୋକଙ୍କୁ ନେଇ ଯାତ୍ରୀବାହୀ ଗାଡ଼ିଟି ପିପା ପୋଲ ଉପର ଦେଇ ନଦୀ ଅତିକ୍ରମ କରୁଥିଲା। କୌଣସି କାରଣରୁ ଭାରସାମ୍ୟ ରକ୍ଷା କରି ନ ପାରି ଗାଡ଼ିଟି ନଦୀ ମଧ୍ୟକୁ ଖସିପଡ଼ିଥିଲା। ପ୍ରାପ୍ତ ସୂଚନା ଅନୁସାରେ, ଯାତ୍ରୀମାନେ ତିଳକ ଉତ୍ସବରୁ ଫେରୁଥିଲେ। ନଦୀ ମଧ୍ୟରୁ ଉଦ୍ଧାରକାରୀମାନେ ୮ଜଣଙ୍କ ଶବ ଉଦ୍ଧାର କରିଛନ୍ତି। ଏବେ ମଧ୍ୟ ତଲାସ କାର୍ଯ୍ୟ ଚାଲୁ ରହିଛି। ମୃତ ବ୍ୟକ୍ତିମାନେ ହେଉଛନ୍ତି ୭୫ ବର୍ଷିୟ ରମାକାନ୍ତ ସିଂହ, ୬୦ ବର୍ଷୀୟ ଗୀତା ଦେବୀ, ୫୦ ବର୍ଷୀୟ ଅରବିନ୍ଦ ସିଂହ, ୬୫ ବର୍ଷୀୟ ସରୋଜ ଦେବୀ, ୭୫ ବର୍ଷୀୟ ଅନୁରାଧା ଦେବୀ ଏବଂ ୮ ବର୍ଷିୟ ଆଶିଷ। ୧୨ ଓ ୧୪ ବର୍ଷିୟ ଅନ୍ୟ ଦୁଇଜଣ ପିଲାଙ୍କର ପରିଚୟ ମିଳିନାହିଁ।






More Stories
ପୁରୀରୁ TMC ବିଧାୟକ ଗିରଫ…..
ଇରାନ ଉପରେ ଆମେରିକାର ଆକ୍ରମଣ……
୧୮ରେ ରାଜ୍ୟସଭା ଉପନିର୍ବାଚନ…..