ରିପୋର୍ଟ କାର୍ଡ / ପାଟନା
ବିହାରରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ଗୋଟିଏ ପରିବାରର ୪ ଜଣ ସଦସ୍ୟଙ୍କର ମୃତ୍ୟୁ ହୋଇଛି । ବିହାରର ଗୋପାଳଗଞ୍ଜ ଜିଲ୍ଲାର ମହମ୍ମଦପୁର ଥାନା ଅନ୍ତର୍ଗତ ଡୁମାରିଘାଟ ମହାସେତୁ ଉପରେ ଶୁକ୍ରବାର ବିଳମ୍ବିତ ରାତିରେ ଲଙ୍କା ବୋଝେଇ ଟ୍ରକ-କାର ମୁହାଁମୁହିଁ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ କାର ଥିବା ଗୋଟିଏ ପରିବାରର ୪ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଦମ୍ପତି, ୨ ଶିଶୁଙ୍କ ମଧ୍ୟରେ ଜଣେ ପୁଅ ଓ ଝିଅ ରହିଛନ୍ତି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ସୂଚନା ଯୋଗ୍ୟ , ଉକ୍ତ ପରିବାର ହୋଲି ପାଇଁ ନିଜ ଘରକୁ ଫେରୁଥିବା ସମୟରେ ଡୁମାରିଘାଟ ମହାସେତୁ ଉପରେ କାର ଓ ଟ୍ରକ ସାମ୍ନାସାମ୍ନି ଧକ୍କା ହୋଇଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରେ ୨ ଜଣଙ୍କର ଓ ହସ୍ପିଟାଲରେ ୨ ଜଣଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଦୁର୍ଘଟଣାଗ୍ରସ୍ତ କାର-ଟ୍ରକକୁ ଜବତ କରିଛି। ଘଟଣାର ତଦନ୍ତ ଜାରି ରହିଛି।






More Stories
ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ବୃଦ୍ଧି…..
ଶପଥ ନେଲେ କେରଳର ନୂଆ ମୁଖ୍ୟମନ୍ତ୍ରୀ…..
ପ୍ରଧାନମନ୍ତ୍ରୀ ପଦ ଛାଡ଼ିବେ ଷ୍ଟାର୍ମର !…..