ରିପୋର୍ଟ କାର୍ଡ / ପଟ୍ଟାମୁଣ୍ଡାଇ
ଯୁବତୀ ମୃତ୍ୟୁ ଘଟଣାରେ ପୁରୁଷ ବନ୍ଧୁ ପ୍ରମୋଦ ବେହେରାଙ୍କୁ ଗିରଫ କରାଯାଇଛି। ଏ ନେଇ କେନ୍ଦ୍ରାପଡା ଏସ୍ପି ସୂଚନା ଦେଇଛନ୍ତି। ମୃତ ଯୁବତୀଙ୍କ ଅଶ୍ଳୀଳ ଫଟୋ ପ୍ରମୋଦଙ୍କ ମୋବାଇଲରୁ ମିଳିଛି। ଘଟଣା ଘଟିବାର କିଛି ସମୟ ପୂର୍ବରୁ ପ୍ରମୋଦ ଯୁବତୀଙ୍କ ସହ କଥା ହୋଇଥିଲେ। ଜୁଲାଇ ୧୭ ତାରିଖରେ ଯୁବତୀଙ୍କ ଅଶ୍ଳୀଳ ଭିଡିଓ ତାଙ୍କ ବାପାଙ୍କ ପାଖକୁ ପଠାଇଥିଲେ। ଆଉ ଦୁଇ ଜଣଙ୍କ ମୋବାଇଲକୁ ମଧ୍ୟ ଭାଇରାଲ ଉଦ୍ଦେଶ୍ୟରେ ପଠାଇଥିଲେ। କାଠିଆପଡାରେ ଲାଗିଥିବା ସିସି ଟିଭିରୁ ଆଉ କିଛି ତଥ୍ୟ ହସ୍ତଗତ ହୋଇଛି। ମୃତକଙ୍କ ବାପା ଘରୁ ଯିବାର ଏବଂ ଫେରିବାର ଦୃଶ୍ୟ ମଧ୍ୟ ହସ୍ତଗତ ହୋଇଛି। ସେହିଦିନ ୧୧ଟା ୪୦ରେ ଗାଁରେ ଲୋକଙ୍କ ଧାଁ ଦୌଡ ସାମ୍ନାକୁ ଆସିଥିବା କହିଛନ୍ତି ଏସ୍ପି।






More Stories
ବଦଳିବ ଜିଲ୍ଲାର ଇଂରାଜୀ ନାମ…..
ବାରମ୍ବାର ଦେଇପାରିବେନି ଆଇଏଏସ୍,ଆଇପିଏସ୍ ପରୀକ୍ଷା……
ଚେନ୍ନାଇ ସେଣ୍ଟ୍ରାଲ୍ ଏକ୍ସପ୍ରେସ୍ ଲାଇନଚ୍ୟୁତ…..