ରିପୋର୍ଟ କାର୍ଡ / ଭୁବନେଶ୍ୱର
ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କୁ ଦିଲ୍ଲୀ ଗସ୍ତରେ ଯାଇଥିବା ସୂଚନା ମିଳିଛି। ଦିଲ୍ଲୀରେ ହାଇକମାଣ୍ଡ ସୋନିଆ ଗାନ୍ଧୀ ଓ ରାଜ୍ୟ ପ୍ରଭାରୀଙ୍କ ସହ ଆଲୋଚନା ଲାଗି ତାଙ୍କୁ ଦିଲ୍ଲୀ ଆସିବାକୁ କୁହାଯାଇଛି। ପିସିସିଙ୍କ ନୂଆ ଟିମରେ କାହାକୁ ସାମିଲ କରାଯିବ ସେ ନେଇ ଆଲୋଚନା ହୋଇ ପାରେ ବୋଲି କୁହାଯାଉଛି। ନୂଆ ନିଯୁକ୍ତି ପାଇବା ପପରେ ଏହା ହେଉଛି ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ପ୍ରଥମ ଦିଲ୍ଲୀଗସ୍ତ। କୁହାଯାଉଛି ଯେ ନୂଆଦିଲ୍ଲୀରୁ ଫେରିବା ପରେ ଶରତଙ୍କ ନୂଆ ଟିମ ଘୋଷଣା ହୋଇପାରେ।ଏହି ନୂଆ ଟିମରେ ଯୁବକଙ୍କୁ ଗୁରୁ ଦାୟିତ୍ୱ ମିଳିବା ନେଇ ଇସାରା ଦେଇଛନ୍ତ କଂଗ୍ରେସ ସଭାପତି। ଦିଲ୍ଲୀରୁ ଫେରିବା ପରେ ଆସନ୍ତା ୧୦ ତାରିଖରେ ଶରତ ପଟ୍ଟନାୟକଙ୍କ ଲାଗି ସମ୍ବର୍ଦ୍ଧନା ସମାବେଶ ଆୟୋଜିତ ହେବ ବୋଲି ମଧ୍ୟ ସୂଚନା ରହିଛି।






More Stories
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ବିଦ୍ୟାଭାରତୀଙ୍କ ଆବେଦନର ଶୁଣାଣି ଶେଷ….
ଆମ ବସ୍’ ଯାତ୍ରା ମାଗଣା…..
ଡି.ଏ.ଭି. ପବ୍ଲିକ୍ ସ୍କୁଲ,କଳିଙ୍ଗ ନଗରରେ ରକ୍ଷାବନ୍ଧନ ଉତ୍ସବ ପାଳିତ…..