ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଦେଶର ସର୍ବୋଚ୍ଚ ସ୍ତରକୁ ବୃଦ୍ଧି ପାଇଛି। ବିଜ୍ଞପ୍ତି ଅନୁଯାୟୀ ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୧୦୫.୪୯ ଟଙ୍କା ଏବଂ ମୁମ୍ବାଇରେ ଲିଟର ପିଛା ୧୧୧.୪୩ ଟଙ୍କା ରହିଛି। ଡିଜେଲର ମୁମ୍ବାଇରେ ଲିଟର ପିଛା ୧୦୨.୧୫ ଟଙ୍କା ଏବଂ ଦିଲ୍ଲୀରେ ଲିଟର ପିଛା ୯୪.୨୨ ଟଙ୍କା ରହିଛି। କ୍ରମାଗତ ତୃତୀୟ ଦିନ ପାଇଁ ହେଉଛି ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଲିଟର ପିଛା ୩୫ ପଇସା ବୃଦ୍ଧି ପାଇଛି।କୋଲକାତାରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଯଥାକ୍ରମେ ୧୦୬.୧୦ ଏବଂ ୯୭.୩୩ ଟଙ୍କା ଏବଂ ଚେନ୍ନାଇରେ ଏହାର ମୂଲ୍ୟ ୧୦୨.୭୦ ଟଙ୍କା ଏବଂ ୯୮.୫୯ ଟଙ୍କା ରହିଛି। ସେହିପରି ବେଙ୍ଗାଲୁରୁରେ ୧ ଲିଟର ପେଟ୍ରୋଲର ମୂଲ୍ୟ ୧୦୯.୧୬ ଟଙ୍କା ହୋଇଥିବାବେଳେ ୧ ଲିଟର ଡିଜେଲର ମୂଲ୍ୟ ୧୦୦.୦୦ ଟଙ୍କା ରହିଛି। ହାଇଦ୍ରାବାଦରେ ୧ ଲିଟର ପେଟ୍ରୋଲର ମୂଲ୍ୟ ୧୦୯.୭୩ ଟଙ୍କା ଥିବାବେଳେ ଡିଜେଲର ଲିଟର ପିଛା ମୂଲ୍ୟ ୧୦୨.୮୦ ଟଙ୍କା ରହିଛି।






More Stories
ଏଣକି ରୁପା ଅଳଙ୍କାରରେ ମିଳିବ ଲୋନ୍…..
ମହିଳାଙ୍କୁ ମିଳିବ ମାଗଣା ଗ୍ୟାସ୍ ସିଲିଣ୍ଡର…..
ଆଜିଠୁ ଜିଏସ୍ଟି ନୂଆଦର…..