ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରୁଷ ତୈଳ ଉପରେ କଟକଣା ଏବଂ ଇରାନ ତେଲ ବଜାରକୁ ଆସିବାରେ ବିଳମ୍ବ ସମ୍ଭାବନା ମଧ୍ୟରେ ତୈଳ ଦର ସର୍ବୋଚ୍ଚ ସ୍ତରରେ ପହଞ୍ଚିଯାଇଥିଲା । କାରବାରର ପ୍ରଥମ କେଇ ମିନିଟ୍ରେ ବ୍ରେଣ୍ଟ କ୍ରୁଡ୍ ୧୩୯.୧୩ ଡଲାର ଛୁଇଁଥିବାବେଳେ ୟୁଏସ୍ ୱେଷ୍ଟ ଟେକ୍ସାସ ଇଣ୍ଟର୍ମିଡିଏଟ୍(ଡବ୍ଲ୍ୟୁଟିଆଇ) ୧୩୦.୫୦ ଡଲାର ଛୁଇଁଛି । ଉଭୟ ୨୦୦୮ ଜୁଲାଇରୁ ସର୍ବୋଚ୍ଚ ସ୍ତର ଛୁଇଁଥିଲା । କାରବାର ମଧ୍ୟଭାଗରେ ଦର କମିଥିଲା । ବ୍ୟାରେଲ ପିଛା ବ୍ରେଣ୍ଟ କ୍ରୁଡ୍ ୧୨୪.୭୧ ଡଲାର ଏବଂ ଡବ୍ଲ୍ୟୁଟିଆଇ ୧୨୨.୩୫ ଡଲାରକୁ ହ୍ରାସ ପାଇଥିଲା । କାରବାର ଶେଷରେ ଉଭୟ ଯଥାକ୍ରମେ ୧୧୮.୧୧ ଡଲାର ଏବଂ ୧୧୫.୬୮ ଡଲାରରେ ବନ୍ଦ ହୋଇଛି ।ତେବେ ବ୍ୟାଙ୍କ ଅଫ୍ ଆମେରିକାର ବିଶ୍ଳେଷକମାନଙ୍କ କହିବାନୁସାରେ ରୁଷର ତୈଳ ଉପରେ କଟକଣା ହେଲେ ଦୈନିକ ୫୦ ଲକ୍ଷ ବ୍ୟାରେଲ କିମ୍ବା ଏହାଠାରୁ ଅଧିକ ପରିମାଣର ତୈଳ ଅଭାବ ଦେଖାଦେବ । ଏହାର ଅର୍ଥ ଅଶୋଧିତ ତୈଳ ଦର ୨୦୦ ଡଲାରରେ ପହଞ୍ଚିପାରେ ।






More Stories
ରାଜ୍ୟ ସଭାରେ ଉଠିଲା ଓଡ଼ିଶାର ଜାତିଗତ ଭେଦଭାବ କଥା……
ସେବାତୀର୍ଥ ଓ କର୍ତ୍ତବ୍ୟ ଭବନ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ….
ସଂସଦ କାର୍ଯ୍ୟ ୯ ପର୍ଯ୍ୟନ୍ତ ମୁଲତବୀ…..