ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟ୍ରିୟରିଂ ଛାଡ଼ ଆନ୍ଦୋଳନ ଜାରିରହିଛି | ଏହାର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡ଼ିଛି।ଅନେକ ଟାଙ୍କିରେ ନାହିଁ ପେଟ୍ରୋଲ ଓ ଡ଼ିଜେଲ। ଆସନ୍ତାକାଲି ରାଜ୍ୟରେ ପେଟ୍ରୋଲ ଓ ଡିଜେଲ୍ ସରିଯିବ ବୋଲି ଉତ୍କଳ ପେଟ୍ରୋଲିୟମ୍ ଡିଲର୍ସ ଆସୋସିଏସନର ସାଧାରଣ ସଂପାଦକ ସଞ୍ଜୟ ଲାଠ ସୂଚନା ଦେଇଛନ୍ତି। ଭୁବନେଶ୍ୱରରେ ପେଟ୍ରୋଲ ପମ୍ପ ବନ୍ଦ ହେବା ଆରମ୍ଭ ହେଲାଣି। ଏଣେ ଡିପୋରେ ଅଟକିଛି କିଛି ପେଟ୍ରୋଲ ଡିଜେଲ ଟ୍ୟାଙ୍କର। ତେଲ ଟ୍ୟାଙ୍କର ଗାଡ଼ି ଆସି ପାରୁନଥିବା ଯୋଗୁ ଏଭଳି ପରିସ୍ଥିତି ଉପୁଜିଛି। ଲୋକେ ବ୍ୟତିବ୍ୟସ୍ତ ହେଇ ଅଧିକ ପେଟ୍ରୋଲ କି ଡିଜେଲ କିଣିଲେ ଆସନ୍ତାକାଲି ଅପରାହ୍ନ ସୁଦ୍ଧା ପେଟ୍ରୋଲ ଓ ଡିଜେଲ୍ ସରିଯିବ ସାରା ରାଜ୍ୟରେ ସରିବ।






More Stories
ଆଜି ରାତିରେ ବଡ ଯୁଦ୍ଧ ! ୮ଟା ଯାଏଁ ଡେଡ୍ଲାଇନ୍…..
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….
ଇରାନର ଗୁପ୍ତଚର ମୁଖ୍ୟ ନିହତ…..