Report Card Odisha

| Daily Odia News

୧୨ ରୁ ୧୫ ବର୍ଷ ପିଲାଙ୍କୁ କରୋନା ଟିକା ପାଇଁ ମିଳିଲା ଅନୁମତି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

୧୨ ରୁ ୧୫ ବର୍ଷ ପିଲାମାନଙ୍କୁ କରୋନା ଟିକା ଦିଆଯିବ। ଏନେଇ ବ୍ରିଟେନରୁ ଆଶ୍ୱସ୍ତି କର ସୂଚନା ମିଳିଛି। ଫାଇଜର-ବାୟୋନଟେକ ପ୍ରସ୍ତୁତ କରୁଥିବା କରୋନା ଟିକା ପ୍ରାପ୍ତ ବୟସ୍କଙ୍କ ଭଳି ୧୨ରୁ ୧୫ ବର୍ଷ ବୟସ ମଧ୍ୟରେ ଥିବା ପିଲାମାନଙ୍କୁ ଦେବା ପାଇଁ ବ୍ରିଟେନର ମେଡିକାଲ ରେଗୁଲଟର ଅନୁମତି ଦେଇଛି । ୟୁରୋପୀୟ ୟୁନିୟନ ଓ ଆମେରିକା ମଧ୍ୟ ଫାଇଜର ୧୨ରୁ ୧୫ ବର୍ଷର ପିଲାମାନଙ୍କ ଉପରେ ସକାରାତ୍ମକ ପ୍ରଭାବ ପକାଉଥିବା ପୂର୍ବରୁ କହି ସାରିଥିଲେ। Medicines and Healthcare products Regulatory Agencyର ମୁଖ୍ୟ ଜୁନ୍ ରାଇନେ କହିଛନ୍ତି, ଆମେ ବେଶ ସତର୍କତାର ସହ ୧୨ରୁ ୧୫ ବର୍ଷର ପିଲାଙ୍କ ଉପରେ ହୋଇଥିବା କ୍ଲିନିକାଲ ଟ୍ରାଏଲର ତଥ୍ୟକୁ ତର୍ଜମା କରିଛୁ। ଏହି ଟ୍ରାଏଲରୁ ସ୍ପଷ୍ଟ ହୋଇଛି ଯେ ଫାଜର-ବାୟୋନଟେକ ପ୍ରସ୍ତୁତ କରିଥିବା କରୋନା ଟିକା ଛୋଟ ପିଲାଙ୍କ ପାଇଁ ସଂପୂର୍ଣ୍ଣ ସୁରକ୍ଷିତ। ସେହିପରି ଏହା କରୋନା ବିରୋଧରେ ଲଢ଼େଇ କରିବାକୁ ବେଶ ପ୍ରଭାବୀ ବୋଲି ଟ୍ରାଏଲରୁ ଜଣାପଡ଼ିଛି। ଏହି ଟ୍ରାଏଲ ରିପୋର୍ଟକୁ ଆଧାର କରି ଫାଇଜର ଟିକା ଏଣିକି ୧୨ରୁ ୧୫ ବର୍ଷର ପିଲାମାନଙ୍କୁ ଦିଆଯିବାକୁ ନିଷ୍ପତ୍ତି ହୋଇଛି ବୋଲି ସେ କହିଛନ୍ତି। ଡିସେମ୍ବର ମାସରେ ବ୍ରିଟେନ ସରକାର ୧୬ ବର୍ଷ କିମ୍ବା ତା’ଠାରୁ ଅଧିକ ବୟସ୍କଙ୍କୁ ଫାଇଜରର କରୋନା ଟିକା ଦେବାକୁ ଅନୁମତି ଦେଇଥିଲେ। ବ୍ରିଟେନରେ ଫାଇଜର ବ୍ୟତୀତ କୋଭିସିଲ୍ଡ ଓ ମଡର୍ଣ୍ଣା ଟିକା ମଧ୍ୟ ବ୍ୟବହାର କରାଯାଉଛି।

Breaking News