Report Card Odisha

| Daily Odia News

ଫିକା ପଡିଲା କଂଗ୍ରେସର ଓଡ଼ିଶା ବନ୍ଦ ପାଳନ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଫିକା ପଡିଛି କଂଗ୍ରେସର ଓଡ଼ିଶା ବନ୍ଦ ପାଳନ l ଶାନ୍ତିପୂର୍ଣ୍ଣ ଭାବରେ କଂଗ୍ରେସର ନେତା ଓ କର୍ମୀ ଏକାଠି ହୋଇ ରାଜରାସ୍ତାକୁ ଆସିଛନ୍ତି l କଂଗ୍ରେସ ବିଧାୟକ ସୁର ରାଉତରାୟ ,ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ ଓ ମହିଳା ଛାତ୍ର ଓ ଯୁବ କଂଗ୍ରେସର କର୍ମକର୍ତ୍ତା ମାନେ ମାଷ୍ଟର କ୍ୟାଣ୍ଟିନ ଛକରେ ଏକାଠି ହୋଇ ହରତାଳ  କରୁଛନ୍ତି l ସୁରକ୍ଷା ଦୃଷ୍ଟିରୁ ରାଜଧାନୀରେ ୨୦ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ କରାଯାଇଛି | ବାଣୀବିହାର, ଆଚାର୍ଯ୍ୟ ବିହାର, ଏଜି-ଛକ, ମାଷ୍ଟର କ୍ୟାଣ୍ଟିନ, ରାଜମହଲ, ବିମାନ ବନ୍ଦର, କଳ୍ପନା, ବରମୁଣ୍ଡା, ଖଣ୍ଡଗିରି, ଜୟଦେବ ବିହାର, ରସୁଲଗଡ ଆଦି ସ୍ଥାନରେ ଅପ୍ରୀତିକର ପରିସ୍ଥିତି ଉପୁଜିବା ଆଶଙ୍କାରେ ପୋଲିସ ନିୟୋଜିତ ଥିବା ସୂଚନା ମିଳିଛି। ସୂଚନା ଅନୁସରେ – ମମିତାଙ୍କୁ ନ୍ୟାୟ ଦାବିରେ ଆଜି ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦେଇଥିଲା କଂଗ୍ରେସ  |ସକାଳ ୬ରୁ ଦିନ ୧୨ଟା ଯାଏ କଂଗ୍ରେସ ଓଡ଼ିଶା ବନ୍ଦ ଡାକରା ଦେଇଥିଲା | ବନ୍ଦ ଡାକରା ସମୟରେ ମେଡିକାଲ ସମେତ ଜରୁରୀ ସେବା ଛାଡି , ରେଳ, ବସ୍, ଟ୍ରକ୍ ଚଳାଚଳ, ଦୋକାନ, ବଜାର ବନ୍ଦ ରହିବ ବୋଲି କଂଗ୍ରେସ କହିଥିଲା । ଏନେଇ ପ୍ରେସ୍‌ମିଟ୍‌ରେ କଂଗ୍ରେସ ମୁଖପାତ୍ର ଦେବାଶିଷ ପଟ୍ଟନାୟକ ସୂଚନା ଦେଇଥିଲେ | ତେବେ ବନ୍ଦ ପାଳନ ବିରୋଧରେ ହାଇକୋର୍ଟରେ ପହଞ୍ଚିଥିବା ଏକ ମାମଲାର ଶୁଣାଣି କରି ବନ୍ଦ ପାଳନ କରାଯାଇପାରିବ ନାହିଁ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ହର୍ତାଳ କରାଯାଇପାରିବ ବୋଲି କହିଥିଲେ। ଜୋରଜବରଦସ୍ତ ଦୋକାନବଜାର କାହାରିକୁ ବନ୍ଦ କରାଯାଇପାରିବ ନାହିଁ । କୌଣସି ଗାଡ଼ି ମୋଟରକୁ କେହି ଅଟକାଇପାରିବେ ନାହିଁ। ଏପରିକି ରେଳ ରୋକ, ରାସ୍ତାରୋକ କରି ସାଧାରଣ ଜନଜୀବନକୁ ବ୍ୟାହତ କରିପାରିବେନି ବୋଲି ନିର୍ଦ୍ଦେଶ ଦେଇଛନ୍ତି | ତେବେ ବନ୍ଦ ସଂପର୍କରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ କଂଗ୍ରେସ କହିଛି, ଆମେ ଶାନ୍ତିପୂର୍ଣ୍ଣ ଭାବେ ୬ ଘଣ୍ଟିଆ ଧର୍ମଘଟ ଡାକରା ଦେଇଛୁ । ଜୋର ଜବରଦସ୍ତ ବନ୍ଦ ପାଳନ ନେଇ ଆମେ କେବେ କହିନାହୁଁ। ଏପଟେ ଶାନ୍ତି ଶୃଙ୍ଖଳାର ସହ ହରତାଳ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ। ବିଶୃଙ୍ଖଳା କିମ୍ବା ଆଇନକୁ ହାତକୁ ନେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୋଲିସ କମିଶନର ।

Breaking News