Report Card Odisha

| Daily Odia News

ପବିତ୍ର ଓଡ଼ିଆ ନବବର୍ଷ ଅବସରରେ ଜନହିତକର କାର୍ଯ୍ୟକ୍ରମ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ପବିତ୍ର ମହାବିଷୁବି ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷକଂ ଏକ ନିଆରା ଢଙ୍ଗରେ ପାଳନ କାଫିଛି ଦୀର୍ଘ ୨୮ ବର୍ଷରୁ ଉର୍ଦ୍ଧ୍ୱକଳା ଧରି ସାଂସ୍କୃତିକ, ସମାଜସେବା ତଥା ଜନହିତକର କାର୍ଯ୍ୟକ୍ରମକୁ ଉଲ୍ଲେଖନୀୟ ଅବଦାନ ଦେଇଆସୁଥିବା ରାଜ୍ୟର ଅଗ୍ରଣୀ ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ନିଳାଦ୍ରୀବିହାର ଯୁବ ଏ ସାଂସ୍କୃତିକ ସଙ୍ଘ | ଦୀର୍ଘ ଏକ ବର୍ଷରୁ ଉର୍ଦ୍ଧ୍ୱ ସମୟଧରି କରୋନା ମହାମାରୀରେ କବଳିତ ବିଭିନ୍ନ ଥାଇଥବ କେନ୍ଦ୍ରରେ କାଳାତିପାତ କରୁଥିବା ଅନାଥ, ଦିବ୍ୟାଙ୍ଗ, ବାସହୀନ ଓ ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀମାନଙ୍କୁ ସହାୟତାର ହାତବଢ଼ିଛି ସଂଘ | ସରକାରଙ୍କ କରୋନା କଟକଣାକୁ ଦୃଷ୍ଟିରେ ରଖି ପ୍ରତ୍ୟେକ୍ଷ ଭାବରେ ଛାତ୍ରଛାତ୍ରୀମାନଙ୍କ ପାଖରେ ପହଞ୍ଚିପାରୁନଥିବା ପରିପ୍ରେକ୍ଷୀରେ ସଂଘର ସଭାପତି ଡ.ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀଙ୍କ ଅଧକ୍ଷତାରେ ଅଯୋୖଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଏହି କ୍ଷେତ୍ରରେ ଉଲ୍ଳେଖନୀୟକରୁଥିବ ଅଗ୍ରଣୀ ସାମାଜିକ ଅନୁଷ୍ଠାନ କାଞ୍ଚନ ଫାଉଣ୍ଡେସନକୁ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିତରଣ ପାଇଁ ବସ୍ତ୍ର , ଖାଦ୍ୟ ପାନୀୟ ତରହ ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ହସ୍ତାନ୍ତର କରାଯାଇଥିଲା | ଉତ୍ସବର ଉପସ୍ଥିତ ଫାଉଣ୍ଡେସନଜେ ସଭାପତି ଶ୍ରୀ ତାପସ ରଞ୍ଜନ ମଲ୍ଲିକ ଏବଂ ଉପଦେଷ୍ଟା ଶ୍ରୀ ଶୁଭଜିତ ପଣ୍ଡା ସଂଘର ଏହି ନିଆରା ଉଦ୍ୟମକୁ ପ୍ରଶଂସା କରିବା ସହ ଆଗାମୀ ଦିନରେ ମିଳିତ ଭାବରେ କାର୍ଯ୍ୟକରିବାକୁ ଆହ୍ୱାନ ଦେଇଥିଲେ | ସଂଘ ତରଫରୁ ସାଧାରଣ ସମ୍ପାଦକ ବିଶ୍ୱଜିତ ପଟ୍ଟନେୟକ ସଂଘର ଏହି ଦୀର୍ଘ ଯାତ୍ରା ଉପରେ ଆଲୋକପାତ କରିବା ସହ କାଞ୍ଚନ ଫାଉଣ୍ଡେସନକୁ ସାଧୁବାଦ ଜଣାଇଥିଲେ | ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ସଭ୍ୟ ପ୍ରକାଶ ଚନ୍ଦ୍ର ସାହୁ, ବିଷ୍ଣୁ ଦାସ, କୁମର ବାରିକ, ଗଦାଧର ପ୍ରସାଦ ରଥ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ସହଯୋଗ କରିଥିଲେ | ଶେଷରେ ସଂଘର ସାଂସ୍କୃତିକ ସମ୍ପାଦକ ବଟକୃଷ୍ଣ ପଣ୍ଡା ସଙ୍ଘ ତରଫରୁ ଏହି କାର୍ଯ୍ୟକ୍ରମକଂ ଜାରି ରଖିବା ଉପରେ ଗୁରୁତ୍ୱାରୋପ କରିବା ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ | ସଂଘର ଏହି ସାଧୁ ଉଦ୍ୟମକୁ ସବୁ ମହଲରୁ ପ୍ରଶଂସା କରାଯାଇଛି |

Breaking News