ରିପୋର୍ଟ କାର୍ଡ / ଭୁବନେଶ୍ୱର
କୁଆଖାଇ ନଦୀରେ ଭାସି ଯାଇଥିବା ୨ ଯୁବକଙ୍କ ମଧ୍ୟରୁ ମିଳିଲା ଜଣଙ୍କ ମୃତଦେହ। ମିଳିଥିବା ଖବର ଅନୁଯାୟୀ, ୪ ଜଣ ସାଙ୍ଗ ଗାଧୋଉଥିବା ବେଳେ ବାଲିଆନ୍ତା ସତ୍ୟଭାମାପୁର ପଞ୍ଚାୟତ ଇନ୍ଦ୍ରପାଳ ସାଇମନ୍ଦିର ନିକଟରେ ୨ ଜଣ ଭାସି ଯାଇଥିଲେ। ଖବର ପାଇବା ମାତ୍ରେ ଅଗ୍ନିଶମ କର୍ମଚାରୀ ନଦୀରେ ଖୋଜାଖୋଜି ଆରମ୍ଭ କରିଥିଲେ। ଅନେକ ଖୋଜାଖୋଜି କରିବା ପରେ ମୃତକ ରୁଦ୍ର ନାରାୟଣ ସ୍ୱାଇଁଙ୍କ ମୃତଦେହ ଉଦ୍ଧାର ହୋଇଛି। ଅନ୍ୟ ନିଖୋଜ ଲକ୍ଷ୍ମୀସାଗରର ଦିବ୍ୟ ଜ୍ୟୋତି ସ୍ୱାଇଁଙ୍କ ତଲାସି ଜାରି ରହିଛି। ଉଭୟଙ୍କ ବୟସ ୨୦ ବର୍ଷ ମଧ୍ୟରେ ହୋଇଥିବା ଅନୁମାନ କରାଯାଉଛି |






More Stories
ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର…..
୯ରୁ ବଡ଼ ବର୍ଷା !…..
ରାଜ୍ୟରେ ପ୍ରାୟ ୧୦ ଲକ୍ଷ ନିଯୁକ୍ତି ସୁଯୋଗ…..