ରିପୋର୍ଟ କାର୍ଡ / ଭୁବନେଶ୍ୱର
ଗୋଟିଏ ପରି ଗୋଟିଏ ଜିନିଷର ଦର ବୃଦ୍ଧି ପାଉଛି | ତୈଳ ଦର ଲୋକଙ୍କୁ କନ୍ଦାଉଥିବା ବେଳେ ପିଆଜ ଦର ଧୀରେ ଧୀରେ ବଢ଼ିବାରେ ଲାଗିଛି | ପାର୍ବଣ ଋତୁ ଆରମ୍ଭରୁ ବଢ଼ିଲାଣି ପିଆଜ ଦର। ଗତ ୨ ଦିନ ଭିତରେ ପିଆଜ କିଲୋ ଉପରେ ୨୦ ଟଙ୍କା ବୃଦ୍ଧି ପାଇଛି । ମହଙ୍ଗା ମାଡ଼କୁ ନେଇ ଖାଉଟି ହିନସ୍ତା ହେଉଛନ୍ତି । ଏମିତି ତ ଦର ବୃଦ୍ଧି ହେଲେ ସାଧାରଣ ଲୋକଙ୍କ ପରିବା ଡାଲାରୁ ହଜିଯିବ ପିଆଜ । ଚଳିତ ସପ୍ତାହର ଆରମ୍ଭରେ ପିଆଜ କିଲୋ ୩୫ ଟଙ୍କା ଥିବାବେଳେ ଆଜି ସକାଳେ ଭୁବନେଶ୍ୱରରେ ୪୫ରୁ ୫୦ ଟଙ୍କାରେ ପହଞ୍ଚିଛି । ବାହାର ରାଜ୍ୟରୁ ପିଆଜ କମ୍ ଆସୁଥିବାରୁ ଦର ବୃଦ୍ଧି ପାଉଥିବା କୁହାଯାଇଛି । ଲଗାଣ ବର୍ଷା ଫଳରେ ନାସିକର ଗୋଦାମ ଗୁଡ଼ିକ କ୍ଷତିଗ୍ରସ୍ତ ହେବାରୁ ପିଆଜ ନଷ୍ଟ ହୋଇଯାଇଛି । ଆଉ ଏଥିଯୋଗୁଁ ଦର ବୃଦ୍ଧି ପାଉଛି । ସପ୍ତାହକ ମଧ୍ୟରେ ନାସିକରେ ପିଆଜ କ୍ୱିଣ୍ଟାଲ ଉପରେ ୨୪୦୦ ଟଙ୍କା ବୃଦ୍ଧି ପାଇଛି । ତିନିଦିନ ତଳେ ନାସିକରେ ପିଆଜ କିଲୋ ୩୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଏବେ ୪୦ରୁ ୪୫ ଟଙ୍କା ହୋଇଛି ।ଏହାର ପ୍ରଭାବ ଓଡ଼ିଶାର ବଜାର ଉପରେ ପଡିଥିବା ଜଣାପଡିଛି |
Discussion about this post