ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ତାଲିବାନ ଦୀର୍ଘ ଦିନ ବ୍ୟବଧାନ ପରେ ପୁଣି କ୍ଷମତାକୁ ଫେରିଛି | ଆଫଗାନିସ୍ତାନ ସରକାରର ପତନ ଘଟିଛି | ତାଲିବାନୀ ଶାସନ ସରକାରରେ ଆଫଗାନିସ୍ତାନର ବାସିନ୍ଦା ନିଜକୁ ସୁରକ୍ଷିତ ମାନେ କରୁନାହାନ୍ତି | ବିଶେଷ କରି ମହିଳା ମାନଙ୍କ ପ୍ରତି ବିପଦ ରହିଛି | ତେଣୁ ଆଫଗାନିସ୍ତାନ ବାସିନ୍ଦା ଜୀବନ ବଞ୍ଚାଇବାକୁ ଅନ୍ୟ ଦେଶକୁ ପଳାୟନ କରୁଛନ୍ତି | କାବୁଲ ବିମାନବନ୍ଦର ପରିବେଶ ନକହିବାଭଲ | ମା ନିଜ ଜୀବନ ବଞ୍ଚାଇବାକୁ ଯାଇ ୭ ମାସର ଶିଶୁକୁ ଛାଡି ଚାଲିଯାଇଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା | ଏବେ ଆଉ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି କି ଆଫଗାନୀସ୍ତାନର ଶାସନକୁ ନେଇ ଆମେରିକା ସେନା ଯେଉଁମାନଙ୍କୁ ସହାୟତା ଯୋଗାଇ ଦେଉଛି ଓ ମହିଳାମାନେ ଅଧିକ ଭୟଭୀତ ହୋଇ ଯାଇଛନ୍ତି । ଏଭଳି ପରିସ୍ଥିତିରେ କୌଣସି ପ୍ରକାର ଦଣ୍ଡରୁ ରକ୍ଷା ପାଇବା ପାଇଁ ବହୁ ସଂଖ୍ୟକ ଲୋକ ବିମାନବନ୍ଦରରେ ପହଞ୍ଚୁଛନ୍ତି । ଯାହାଫଳରେ ଶୀଘ୍ର ଆଫଗାନିସ୍ତାନ ମାଟି ଛାଡିହେବ । ତେବେ ବିମାନ ବନ୍ଦରରେ ବିଶୃଙ୍ଖଳାକୁ ରୋକିବା ପାଇଁ ଆମେରିକା ଓ ବ୍ରିଟିଶ ସେନା ତାରବାଡ ନିର୍ମାଣ କରିଛନ୍ତି । ଏହାଦ୍ୱାରା କେବଳ ବଛାବଛା ଲୋକେ ବିମାନ ବନ୍ଦରରେ ପ୍ରବେଶ କରିବେ । ହେଲେ ଏହାକୁ ଦେଖି ମହିଳାମାନେ ତାରବାଡ ଡେଇଁ ସେମାନଙ୍କ ପିଲାମାନଙ୍କୁ ଫୋପାଡି ଦେବା ପରେ ଜିନ ଜୀବନ ବଞ୍ଚାଇବାକୁ ସେନାଙ୍କୁ ସାହାଯ୍ୟ ମାଗୁଥିବା କୁହାଯାଉଛି । ଏକ ଗଣମାଧ୍ୟମର ରିପୋର୍ଟ ଅନୁସାରେ- ବିମାନ ବନ୍ଦରରେ ଠିଆ ହୋଇଥିବା ଗାର୍ଡଙ୍କ ଏହା ହେଉଛି ଅନୁଭୁତି । ଅନ୍ୟପଟେ ବ୍ରିଟିଶ ସେନାର ଜଣେ ଅଧିକାରୀ କହିଛନ୍ତି ଯେ ମହିଳାମାନଙ୍କର ଏଭଳି ପଦକ୍ଷେପ ଦେଖି ଖୁବ୍ ଦୁଃଖ ଲାଗୁଛି । ଏହା ବିପଜ୍ଜନକ ଜାଣି ମଧ୍ୟ ମହିଳାମାନେ ସେମାନଙ୍କ ପିଲାମାନଙ୍କୁ ତାର ବାଡ ଡେଇଁ ଫିଙ୍ଗି ଦେବା ବେଶ୍ ଛାତିଥରା ଦୃଶ୍ୟ । କେତେଜଣ ପିଲା ଠିକ୍ ଭାବେ ଆରପଟେ ପଡିଯାଉଥିବା ବେଳେ କେତେଜଣ ତାରବାଡରେ ଫସିଯିବା ଆହୁରି ହୃଦୟ ବିଦାରକ ।






More Stories
ବଦଳିଲା ତତ୍କାଳ ଟିକେଟ୍ କାଟିବାର ନିୟମ…..
ଆଜି ଭାରତ ଆସୁଛନ୍ତି ପୁଟିନ୍……
ଆଗୁଆ ଇନ୍ଷ୍ଟଲ ହେବନି ‘ସଞ୍ଚାର ସାଥୀ’…..