Report Card Odisha

| Daily Odia News

ଘୁଞ୍ଚିଲା ପିପିଲି ଉପନିର୍ବାଚନ ତାରିଖ….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ପିପିଲି ଉପନିର୍ବାଚନ ତାରିଖ ଘୁଞ୍ଚାଇଲେ ମୁଖ୍ୟ ନିର୍ବାଚନ ଅଧିକାରୀ । ମେ ୧୬ ରେ ହେବ ପିପିଲି ଉପ ନିର୍ବାଚନ। ଏନେଇ ଆଜି ରାଜ୍ୟ ନିର୍ବାଚନ ଅଧିକାରୀ ଘୋଷଣା କରିଛନ୍ତି । ଭୋଟ ଗଣତି ମେ ୧୯ ତାରିଖରେ କରାଯିବ। ନିର୍ବାଚନର ସମସ୍ତ ପକ୍ରିୟା ୨୧ ତାରିଖ ସୁଦ୍ଧା ଶେଷ କରାଯିବ। ପୂର୍ବରୁ ଧାର୍ଯ୍ୟ ହୋଇଥିବା ମେ ୧୩ ତାରିଖରେ ଇଦ୍‌-ଉଲ୍‌-ଫିତର ପଡୁଥିବାରୁ ନିର୍ବାଚନ ତାରିଖ ପରିବର୍ତ୍ତନ କରାଯାଇ ଥିବା ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି । ୧୩ ତାରିଖ ସନ୍ଧ୍ୟାରୁ ନିର୍ବାଚନ ପ୍ରଚାର ବନ୍ଦ ହେବ | ସେପଟେ କୋଭିଡ ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ନିର୍ବାଚନ କମିଶନ ବ୍ୟାପକ କଟକଣା ଲାଗୁ କରିଛନ୍ତି । କହିଛନ୍ତି କି ଏହାସହ ରାଜନୈତିକ ସଭା କିମ୍ବା ସମାବେଶକୁ ନିର୍ବାଚନ କମିଶନ ସମ୍ପୂର୍ଣ୍ଣ ବାରଣ ହୋଇଛି। ହେଲେ ଭର୍ଚୁଆଲ ମାଧ୍ୟମରେ ରାଜନୈତିକ ଦଳମାନେ ପ୍ରଚାର କରିପାରିବେ ବୋଲି ଅନୁମତି ରହିଛି।ଘରକୁ ଘର ବୁଲି ପ୍ରଚାର କରିବାରେ ସର୍ବାଧିକ ୫ ଜଣଙ୍କୁ ଏକାଠି ଅନୁମତି ରହିଛି। ସେହିଭଳି ଭୋଟଗ୍ରହଣ କେନ୍ଦ୍ରରେ ସମସ୍ତଙ୍କ ଶରୀର ତାପମାତ୍ରା ମପାଯିବ। ଲକ୍ଷଣ ଦେଖିଲେ ଟୋକନ ଦିଆଯିବ, ସଂଧ୍ୟା ୫ ପରେ ଭୋଟ ଦେବେ। ସବୁ ଭୋଟରଙ୍କୁ ଭୋଟ ଦେବା ପାଇଁ ଗୋଟିଏ ଲେଖାଏଁ ଗ୍ଲୋଭସ ଯୋଗାଇ ଦିଆଯିବ ବୋଲି ସିଇଓ ସୁଶୀଲ ଲୋହାନୀ କହିଛନ୍ତି।

Breaking News