ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଗୋଟିଏ ପଟେ ଦେଶରେ କରୋନା ସଂକ୍ରମଣ ବଢିଚାଲିଛି | ଦେଶରେ ଅକ୍ସିଜେନ୍ ଅଭାବ ଦେଖା ଦେଇଛି | ଅନ୍ୟ ପଟେ କେନ୍ଦ୍ର ସରକାରଙ୍କୁ ନୋଟିସ୍ ଦେଇଛନ୍ତି ସୁପ୍ରିମ୍ କୋର୍ଟ | କରୋନା ସଂକ୍ରମଣ ମୁକାବିଲା ପାଇଁ ସରକାର କଣ ପଦେକ୍ଷପ ନେଇଛନ୍ତି ସମସ୍ତ ବିବରଣୀ ଦେବାକୁ ସୁପ୍ରିମ୍ କୋର୍ଟ ନୋଟିସ୍ ଦେଇଛନ୍ତି | କରୋନାକୁ ନେଇ କେଉଁ ଯୋଜନା ରହିଛି ଏବଂ ଔଷଧ, ଟିକାକରଣ ଠାରୁ ଅକ୍ସିଜେନ୍ ପ୍ରକ୍ରିୟା ନେଇ ଜଣାଇବା ଲାଗି ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଆସନ୍ତା କାଲି ସୁପ୍ରିମ୍ କୋର୍ଟରେ ହେବ ଶୁଣାଣି । ଏଥିପାଇଁ ହରିଶ ସାଲଭେଙ୍କୁ ଆମିକସ୍ କ୍ୟୁରି ଭାବେ ନିଯୁକ୍ତି ଦେଇଛନ୍ତି କୋର୍ଟ । ସେପଟେ ସାରା ଦେଶରେ କରୋନା ମହାମାରୀ ଭୟଙ୍କର ହେବାରେ ଲାଗିଛି । ପଜିଟିଭ୍ ସଂଖ୍ୟାରେ ବିଶ୍ୱର ସବୁ ଦେଶକୁ ପଛରେ ପକାଇଛି ଭାରତ । ଦେଶରେ ଗତ ୨୪ ଘଣ୍ଟାରେ ୩ ଲକ୍ଷ ୧୪ ହଜାର ୮୩୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୫୯ ଲକ୍ଷ ୩୦ ହଜାର ୯୬୫କୁ ବୃଦ୍ଧି ପାଇଛି । ଦେଶରେ ଦିନକରେ ୨୧୦୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।
More Stories
ଜଳିଗଲା ବାୟୁସେନାର ମିଗ ୨୯ ଯୁଦ୍ଧ ବିମାନ….
ବିବାହ,ନିର୍ବାଚନରେ ବାଣ ଫୁଟାଇବା ଉପରେ ଲାଗିବ କଟକଣା…..
ବିଧାନସଭାରେ ଧାରା ୩୭୦ ପାଇଁ ହେଲା ହଙ୍ଗାମା…..